Indus Valley Times

ଧାମନଗର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡରେ ବି ବିଜେପି ୩୨୬୧ ଖଣ୍ଡ ଭୋଟରେ ଆଗୁଆ

 Breaking News

ଧାମନଗର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡରେ ବି ବିଜେପି ୩୨୬୧ ଖଣ୍ଡ ଭୋଟରେ ଆଗୁଆ

ଧାମନଗର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡରେ ବି ବିଜେପି ୩୨୬୧ ଖଣ୍ଡ ଭୋଟରେ ଆଗୁଆ
November 06
11:50 2022

ଭଦ୍ରକ,୬/୧୧: ଧାମନଗର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ଚତୁର୍ଥ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ସୂର‌୍ୟ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୩୨୬୧ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥି ଠାରୁ ଆଗୁଆ ଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ୧ମ , ୨ୟ, ୩ୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ଚତୁର୍ଥ ରାଉଣ୍ଡରେ ବି ଆଗରେ ରହିଛନ୍ତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ୧୮୧୮୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୪୯୨୦ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୫୫୭ ଏବଂ ଅନ୍ୟାନ୍ୟ ୨୩୬୨ ଭୋଟ ପାଇଛନ୍ତି । ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୪ ରାଉଣ୍ଡ ଗଣତି ଶେଷ ହୋଇଛି।
ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଛି। ତାପରେ ଇଭିଏମ୍ ଗଣତି ଚାଲିଛି। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।
ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର‌୍ୟ୍ୟବଂଶୀ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଭିତରୁ କିଏ ବିଜୟୀ ହେଉଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ଲାଗି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031