Indus Valley Times

ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ପିଜିଟିଭ୍ ଚିହ୍ନଟ

 Breaking News

ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ପିଜିଟିଭ୍ ଚିହ୍ନଟ

August 22
14:13 2020

ଭଦ୍ରକ ୨୨।୮: ଧାମନଗରର ପୂର୍ବତନ ବିଧାୟକ ତଥା ଭଦ୍ରକ ସାଂସଦଙ୍କ ସ୍ବାମୀ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟ୍ବିଟ୍ କରି ପୂର୍ବତନ ବିଧାୟକ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।
ତେବେ ମୁକ୍ତିକାନ୍ତ ମଣ୍ଡଳ ସୁସ୍ଥ ଅଛନ୍ତି ଏବଂ ହୋମ୍ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031