Indus Valley Times

ଧୀବରଙ୍କ ଭାଗ୍ୟ ଖୋଲିଲା: ଗୋଟିଏ ମାଛକୁ ବିକିଲେ ୧ଲକ୍ଷ ୭୬ ହଜାର ଟଙ୍କାରେ

 Breaking News

ଧୀବରଙ୍କ ଭାଗ୍ୟ ଖୋଲିଲା: ଗୋଟିଏ ମାଛକୁ ବିକିଲେ ୧ଲକ୍ଷ ୭୬ ହଜାର ଟଙ୍କାରେ

October 02
16:05 2020

ଚାନ୍ଦବାଲି,୨/୧୦: କଥାରେ ଅଛି ଭଗବାନ ବା ଆଲ୍ଲା ଯାହାକୁ ଦିଅନ୍ତି ଛପର ଫାଡିକି ଦିଅନ୍ତି । ଏମିତିଏକ ଭାଗ୍ୟର ଅଧିକାରୀ ହୋଇଛନ୍ତି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଚନ୍ଦିନୀପାଳ ର ଜଣେ ମତ୍ସଜୀବି । ଗୋଟିଏ ମାଛକୁ ସେ ୧ଲକ୍ଷ ୭୬ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଆଗରୁ ହୁଏତ ମାଛର ଏପରି ଦାମ୍ ଆପଣ କେବେ ଶୁଣି ନଥାଇପାରନ୍ତି । ଏପରି ଦର ଶୁଣିଲେ ଯେ କେହି ବି ଆଶ୍ଚର‌୍ୟ୍ୟ ହୋଇଯିବ । ଏହି ମାଛର ନାମ ତେଲିଆ ମାଛ ।
ଶୁକ୍ରବାର ଦିନ ଚାନ୍ଦବାଲିର ଚନ୍ଦିନୀପାଳ କଣ୍ଟାରେ ଏପରି ଏକ ବିଶାଳ ମାଛର ନିଲାମୀ କରାଯାଇଥିଲା। ନିଲାମଧାରୀଙ୍କର ମାଛ ନେବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । କଣ୍ଟା ଥିବା ମାଛର ଦର ୬ହଜାରରୁ ବଢ଼ିବଢ଼ି ୮ହଜାର ପର‌୍ୟ୍ୟନ୍ତ ଯାଇଥିଲା । ଶେଷରେ ଜଣେ ନିଲାମଧାରୀ ଏହି ମାଛକୁ ବମ୍ବେର ଏକ ମେଡ଼ିସିନ କମ୍ପାନିକୁ କେଜି ପ୍ରତି ୮ହଜାର ଟଙ୍କା ଓ ୨୨କେଜିର ଏହି ବିରାଟ ମାଛକୁ ୧ଲକ୍ଷ ୭୬ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ତାଳଚୁଆ ଅଞ୍ଚଳର ଜଣେ ଧୀବର ଏହି ମାଛକୁ ଗଭୀର ସମୁଦ୍ର ମଧ୍ୟରେ ଧରିଥିଲେ । ମାଛ ଧରିବା ପରେ ବିକ୍ରି ପାଇଁ କରୋନା କଟକଣାଥିବାରୁ କୋଲକାତା ଯାଇନପାରି ଚାନ୍ଦବାଲି ଚନ୍ଦିନୀପାଳ ଅଞ୍ଚଳକୁ ଚାଲିଆସିଥିଲେ । ଏବଂ ନନ୍ଦମଣ୍ଡଳ ନାମକ ଜଣେ କଣ୍ଟା ମାଲିକ କଟାରେ ଏହି ମାଛର ନିଲାମ ଡ଼କାଯାଇଥିଲା । ପୂର୍ବରୁ ସମାନ ପ୍ରକାରର ଦୁଇଟି ମାଛକୁ କେଜି ପିଛା ୬ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ତେଲିଆ ମାଛର କେଜି ପିଛା ୮ ହଜାର ଟଙ୍କା ଦାମ୍ ଆଗରୁ କେବେ ଯାଇନଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031