Indus Valley Times

ନକଲି ଡାକ୍ତରଙ୍କ ଇଞ୍ଜେକସନ ରେ ଚାଲିଗଲା ଛାତ୍ର ର ଜୀବନ

 Breaking News

ନକଲି ଡାକ୍ତରଙ୍କ ଇଞ୍ଜେକସନ ରେ ଚାଲିଗଲା ଛାତ୍ର ର ଜୀବନ

November 18
21:47 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୮/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳି ସର ଗ୍ରାମର ବିଶୁ ପରିଡ଼ା ଙ୍କ ପୁତ୍ର ରାଜେନ୍ଦ୍ର ପରିଡ଼ା ( ଚତୁର୍ଥ ଶ୍ରେଣୀ ଛାତ୍ର )ଙ୍କ ଜୀବନ ନକଲି ଡାକ୍ତର ଙ୍କ ଠାରୁ ଔଷଧ ଖାଇ ଚାଲିଯାଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ ଚତୁର୍ଥ ଶ୍ରେଣୀ ଛାତ୍ର ରାଜେନ୍ଦ୍ର ପରିଡ଼ା ଦୁଇ ଦିନ ହେବ ଥଣ୍ଡା ଜ୍ବର ରେ ପୀଡିତ ଥିଲେ।ବିଶୁ ପରିଡ଼ା ରାଜେନ୍ଦ୍ର ଙ୍କୁ ନେଇ ନିକଟସ୍ଥ ଦୁରୁଦୁରା ଗ୍ରାମ ରେ ଔଷଧ ଦୋକାନ ଦେଇ ଔଷଧ ଓ ଇଞ୍ଜେକ୍ସନ ଦେଉଥିବା ପ୍ରମୋଦ ରଥ ଙ୍କ ପାଖକୁ ନେଇଥିଲେ।ସେଠାରେ ନକଲି ଡାକ୍ତର ପ୍ରମୋଦ ରଥ ଔଷଧ ରାଜେନ୍ଦ୍ର ଙ୍କୁ ଔଷଧ ଓ ଇଞ୍ଜେକସନ ଦେଇଥିଲେ।ହଠାତ୍ ସେହି ସ୍ଥାନ ରେ ରାଜେନ୍ଦ୍ର ଅଚେତ ହୋଇ ପଡ଼ିଥିଲେ।ବାପା ବିଶୁ ପରିଡ଼ା ଓ ପ୍ରମୋଦ ରଥ ରାଜେନ୍ଦ୍ର କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନେଉଥିବା ବେଳେ ବାଟରେ ରାଜେନ୍ଦ୍ର ଙ୍କ ମୃତ୍ୟୁ ହୋଇଥିଲା।ରାଜେନ୍ଦ୍ର ଙ୍କ ମୃତ୍ୟୁ ହେବା ଜାଣି ସେହି ସ୍ଥାନରୁ ନକଲି ଡାକ୍ତର ପ୍ରମୋଦ ରଥ ଫେରାର ହୋଇଯାଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031