Indus Valley Times

ନକ୍ସଲ ନେଟୱର୍କକୁ ବଡ଼ ଝଟକା; କମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ଜଙ୍ଗଲରୁ ମିଳିଲା ପୁଳାପୁଳା ବିସ୍ପୋରକ

 Breaking News

ନକ୍ସଲ ନେଟୱର୍କକୁ ବଡ଼ ଝଟକା; କମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ଜଙ୍ଗଲରୁ ମିଳିଲା ପୁଳାପୁଳା ବିସ୍ପୋରକ

ନକ୍ସଲ ନେଟୱର୍କକୁ ବଡ଼ ଝଟକା; କମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ଜଙ୍ଗଲରୁ ମିଳିଲା ପୁଳାପୁଳା ବିସ୍ପୋରକ
March 31
19:39 2026

ଫୁଲବାଣୀ,୩୧/୩ : କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି।
ଜବତ ସାମଗ୍ରୀ ମଧ୍ୟରେ ଏସ୍‌ଏଲଆର ରାଇଫଲ, ଗୋଟିଏ ୩୦୩ ରାଇଫଲ, ୨ଟି ୧୨ବୋର ବନ୍ଧୁକ, ଦୁଇଟି ଏସ୍‌ବିଜିଏଲ ରାଇଫଲ, ଗୋଟିଏ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ୧୦ଟି ଗ୍ରେନେଡ, ୩୦ ଡିଟୋନେଟର, ୱାକିଟକି, ସୋଲାର ପ୍ୟାନେଲ, ମେଡିସିନ ଆଦି ଜବତ କରାଯାଇଛି ା
ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ନେଇ ସୁଚନା ମିଳିଥିଲା। ଏନେଇ ଏସ୍‌ଓଜି, ଡିଭିଏଫ ଯବାନଙ୍କୁ ନେଇ ଏକ ଜମାବାରି, ମାଟାବାରି, ଗାବୁରି, ପକାରୀ, ବାବୁଟି ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେଶନ ହୋଇଥିଲା
ମାଟାବାରି ଜଙ୍ଗଲ ନିକଟରୁ ଗୋଟିଏ ଡମ୍ପ(ଗୁପ୍ତ ସ୍ଥାନ) ମିଳିଥିଲା। ସେଠାରେ ସର୍ଚ୍ଚ ଅପରେଶନ ପରେ ବ୍ୟାପକ ପରିମାଣର ବିସ୍ଫୋରକ, ବନ୍ଧୁକ ଆଦି ମିଳିଥିଲା।
ଯେଉଁ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କ ସୂଚନା ଆଧାରରେ ଆଗାମୀ ଦିନରେ ସର୍ଚ୍ଚ ଅପରେଶନ କରି ଅସ୍ତ୍ରଶସ୍ତ୍ର ଜବତ କରାଯିବ। ଅଞ୍ଚଳରେ ଏବେ ବି ଆଉ ୮ରୁ ୯ଜଣ ମାଓବାଦୀ ଅଛନ୍ତି। ଟିମ୍‌ରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି।
ତାଙ୍କ ନାମ ମଗୁ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ବାକି ୭ରୁ୮ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ଏଥିରେ ଦୁଇଜଣ ପୁରୁଷ ଥିବା ବେଳେ ବାକି ମହିଳା ଅଛନ୍ତି।
ଅପରେଶନ ବେଳେ ୨ଜଣ ମାଓବାଦୀଙ୍କ ଦେହରେ ଗୁଳି ବାଜିଛି। ସମୟ ଅଛି ସେମାନେ ଆତ୍ମସମର୍ପଣ କରନ୍ତୁ। ଏପରିକି ସରକାରଙ୍କ ଥଇଥାନ ନୀତିରେ ସାମିଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସ୍‌ପି ହରିଶ ବିସି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930