Indus Valley Times

ନଡ୍ଡାଙ୍କ ଗୁରୁବାଣୀ: ବିଧାୟକ, ମନ୍ତ୍ରୀ କିମ୍ବା ସାଂସଦ ବୋଲି ଗର୍ବ କର ନାହଁ, ଗାଁକୁ ଯାଆନ୍ତୁ ଅବସ୍ଥା ଦେଖନ୍ତୁ

 Breaking News

ନଡ୍ଡାଙ୍କ ଗୁରୁବାଣୀ: ବିଧାୟକ, ମନ୍ତ୍ରୀ କିମ୍ବା ସାଂସଦ ବୋଲି ଗର୍ବ କର ନାହଁ, ଗାଁକୁ ଯାଆନ୍ତୁ ଅବସ୍ଥା ଦେଖନ୍ତୁ

ନଡ୍ଡାଙ୍କ ଗୁରୁବାଣୀ: ବିଧାୟକ, ମନ୍ତ୍ରୀ କିମ୍ବା ସାଂସଦ ବୋଲି ଗର୍ବ କର ନାହଁ, ଗାଁକୁ ଯାଆନ୍ତୁ ଅବସ୍ଥା ଦେଖନ୍ତୁ
April 12
16:57 2025

ପୁରୀ,୧୨/୪ : ବିଧାୟକ, ମନ୍ତ୍ରୀ କି ସାଂସଦ ହେଇଛନ୍ତି ବୋଲି ଗର୍ବ କରନ୍ତୁ ନାହିଁ। ଗ୍ରୁପିଜିମ୍ ଓ ଚାଟୁକାରିତା ଛାଡ଼ି ନିଜର ବ୍ୟକ୍ତିତ୍ବର ବିକାଶ କରନ୍ତୁ। ଗାଁକୁ ଯାଆନ୍ତୁ ଅଙ୍ଗନବାଡ଼ିକୁ ଯାଇ ସେଠିକାର ଅବସ୍ଥା ଦେଖନ୍ତୁ। ଡାକ୍ତରଖାନାକୁ ରୋଗୀଙ୍କ କଥା ବୁଝନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ। ଅଫିସରମାନଙ୍କ ସହ ଉତ୍ତମ ସଂପର୍କ ରଖି କାମ ଆଦାୟ କରିବାର ଶିଖନ୍ତୁ। ଆଜି ପୁରୀଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବିଧାୟକ ଓ ସାଂସଦମାନଙ୍କୁ ଏଭଳି ଚଉଦଟି ଗୁରୁମନ୍ତ୍ର ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଉଦବୋଧନ ଦେଇ ଆହୁରି କହିଛନ୍ତି, ସଂଗଠନକୁ ସୁଦୃଢ କରିବା ଲାଗି କାମ କରନ୍ତୁ।
ଗ୍ରୁପିଜିମ୍ ଓ ଚାଟୁକାରିତା ଛାଡ଼ି ନିଜର ବ୍ୟକ୍ତିତ୍ବର ବିକାଶ କରନ୍ତୁ। ଗାଁକୁ ଯାଆନ୍ତୁ ଅଙ୍ଗନବାଡ଼ିକୁ ଯାଇ ସେଠିକାର ଅବସ୍ଥା ଦେଖନ୍ତୁ। ଡାକ୍ତରଖାନାକୁ ରୋଗୀଙ୍କ କଥା ବୁଝନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ। ଅଫିସରମାନଙ୍କ ସହ ଉତ୍ତମ ସଂପର୍କ ରଖି କାମ ଆଦାୟ କରିବାର ଶିଖନ୍ତୁ। ଆଜି ପୁରୀଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବିଧାୟକ ଓ ସାଂସଦମାନଙ୍କୁ ଏଭଳି ଚଉଦଟି ଗୁରୁମନ୍ତ୍ର ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଉଦବୋଧନ ଦେଇ ଆହୁରି କହିଛନ୍ତି, ସଂଗଠନକୁ ସୁଦୃଢ କରିବା ଲାଗି କାମ କରନ୍ତୁ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବିଧାୟକ ଉଦଘାଟନ କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ଓଡ଼ିଶା ବିଜେପିର ସମସ୍ତ ସାଂସଦ, ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଯୋଗ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031