Indus Valley Times

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ, ଲଙ୍ଗସ୍ ଟ୍ୟୁମର ରୋଗରେ ପୀଡିତ ଥିଲା

 Breaking News

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ, ଲଙ୍ଗସ୍ ଟ୍ୟୁମର ରୋଗରେ ପୀଡିତ ଥିଲା

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ, ଲଙ୍ଗସ୍ ଟ୍ୟୁମର ରୋଗରେ ପୀଡିତ ଥିଲା
October 22
19:43 2022

ବାରଙ୍ଗ,୨୨/୧୦:: ୭ଟି ଶାବକକୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୨ ବର୍ଷର ଧଳା ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଛି। ସେ ଗତ ୧୧ ତାରିଖରୁ ଅସୁସ୍ଥ ହୋଇଖିଆପିଆ କରୁନଥିଲା।
ତାକୁ ଗ୍ରହୁ ଥିବା ସଫାରୀରୁ କ୍ଵାରେନଟାଇନ୍ କକ୍ଷକୁ ଆଣି ଚିକିତ୍ସାଧିନ ଅବସ୍ଥାରେ ରହିଥିଲା। ତାକୁ ଆଣ୍ଟିବାୟୋଟିକ ଓ ଆଣ୍ଟିଟ୍ରେସ ଦେଇ ଚିକିତ୍ସା କରାଯାଇଥିଲା। ଅବସ୍ଥାରେ ସୁଧାର ଆସି ଖିଆପିଆ କରିବାରୁ ଗୁରୁବାର ଖୁଆଡକୁ ଅଣାଯାଇଥିଲା। ଆଜି ସେଠାରେ ତାର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାର ଶବ ବ୍ୟବଚ୍ଛେଦ ଲାଗି ରଖାଯାଇଛି।
ବିଜୟା ଗତ ୨୦୧୦ ମସିହା ମାର୍ଚ୍ଚ ମାସ ୧ ତାରିଖରେ ନନ୍ଦନକାନନରେ ସର୍ବାଧିକ ୨୨ ବର୍ଷ ବଞ୍ଚି ରହିବାର ରେକର୍ଡ କରିଥିବା ଧଳା ରଙ୍ଗର ବାଘୁଣୀ କୁସୁମ ଗର୍ଭରୁ ସାଧାରଣ ନାଲି ରଙ୍ଗର ମାହାବଳ ବାଘ ନିଶାନ ମିଳନରୁ ଜନ୍ମଲାଭ କରିଥିଲା।
ବିଜୟା ଗର୍ଭରୁ ପର୍ଯ୍ୟାୟକ୍ରମେ ତିନିଥରରେ ମୋଟ ୭ଟି ଶାବକ ଜନ୍ମ ନେଇଛନ୍ତି। ସେ ମଧ୍ୟରୁ ଗତ ୨୦୧୬ ମସିହା ଅଗଷ୍ଟ ୯ ତାରିଖରେ ପ୍ରଥମ ଗର୍ଭରୁ ସାଧାରଣ ନାଲି ରଙ୍ଗର ମହାବଳ ବାଘ ରୋଷନ ମିଳନରୁ ସାଧାରଣ ନାଲି ରଙ୍ଗର ଆଦିତି ଓ ଧଳା ରଙ୍ଗ ସାହିଲକୁ ଜନ୍ମ ଦେଇଥିଲା।
ଦ୍ବିତୀୟ ଗର୍ଭରୁ ୨୦୧୮ ସେପ୍ଟେମ୍ବର ୨୩ ତାରିଖରେ ରୋଷନ ମିଳନରୁ ଧଳା ରଙ୍ଗର ରୂପା ଓ ନାଲି ରଙ୍ଗର ରାଜେଶ ଶାବକଙ୍କୁ ଜନ୍ମ ଦେଇଥିଲା। ତୃତୀୟ ଗର୍ଭରୁ ୨୦୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ବାଘ ସେଫ ମିଳନରୁ ରକି,ବଂଶୀ ଓ ରାକେଶ ୩ଟି ସାଧାରଣ ନାଲି ରଙ୍ଗର ଛୁଆଙ୍କୁ ଜନ୍ମ ଦେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031