Indus Valley Times

ନବଯୌବନ ଦର୍ଶନ ସହ ରଥଯାତ୍ରା ରେ ହଜାର ହଜାର ଭକ୍ତଙ୍କ ସମାଗମ : ମହିଳା ଉପଜିଲ୍ଲାପାଳ ରଥରେ ଛେରା ପହଁରା କଲେ

 Breaking News

ନବଯୌବନ ଦର୍ଶନ ସହ ରଥଯାତ୍ରା ରେ ହଜାର ହଜାର ଭକ୍ତଙ୍କ ସମାଗମ : ମହିଳା ଉପଜିଲ୍ଲାପାଳ ରଥରେ ଛେରା ପହଁରା କଲେ

ନବଯୌବନ ଦର୍ଶନ ସହ ରଥଯାତ୍ରା ରେ ହଜାର ହଜାର ଭକ୍ତଙ୍କ ସମାଗମ : ମହିଳା ଉପଜିଲ୍ଲାପାଳ ରଥରେ ଛେରା ପହଁରା କଲେ
July 07
20:53 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୭/୭: କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ବାଲିଗୁଡା ଠାରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦେବାସ୍ନାନ ପୂର୍ଣ୍ଣମୀ ପରେ ଚତୁର୍ଦ୍ଧା ମୂର୍ତ୍ତି ଆଜି ଅଣସର ଘରୁ ବାହାରି ନେତ୍ର ଉତ୍ସବ ନୀତି ପରେ ଭକ୍ତ ଙ୍କୁ ନବଯୌବନ ଦର୍ଶନ ଦେଇଥିଲେ ।
ଏହି ନବଯୌବନ ଦର୍ଶନ ପାଇଁ ସକାଳୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବାଲିଗୁଡା ବିଧାୟକ ଚକ୍ରମଣି କହଁର ,ବାଲିଗୁଡା ଉପଜିଲ୍ଲାପାଳ ଡଃ ରିନା ପ୍ରଧାନ ପ୍ରମୁଖ ଆସି ଦର୍ଶନ କରିଥିଲେ । ଏହା ପରେ ରଥଯାତ୍ରା ନୀତି କାନ୍ତି ଆରମ୍ଭ ହୋଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ମଧୁସୂଦନ ଦାଶ କର୍ତ୍ତା ହୋଇ ତିନି ରଥ ପ୍ରତିଷ୍ଠା କରିଥିଲେ ।
ଏହା ପରେ ତିନି ରଥକୁ ପୂର୍ବ ମୋଡ କରଯାଇଥିଲା । ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା । ଏହା ପରେ ବାଲିଗୁଡା ଉପଜିଲ୍ଲାପାଳ ଡଃ ରିନା ପ୍ରଧାନ ଙ୍କୁ ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁଯାଇ ରଥକୁ ଛେରା ପହଁରା ପାଇଁ ନିମନ୍ତ୍ରଣ କରଯାଇଥିଲା ।
ଡଃ ରିନା ପ୍ରଧାନ ରଥରେ ପହଞ୍ଚି ବଳଭଦ୍ର ,ସୁଭଦ୍ରା ଓ ଜଗନ୍ନାଥ ଙ୍କ ରଥରେ ପବିତ୍ର ଛେରା ପହଁରା ନୀତି କାନ୍ତି କାର୍ଯ୍ୟ କରିଥିଲେ । ପ୍ରଥମ ଥର ପାଇଁ ଜଣେ ମହିଳା ଛେରା ପହଁରା ନୀତି କାନ୍ତି କରିଥିବାରୁ ମହିଳାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ମନ୍ଦିର ଟ୍ରଷ୍ଟ ଟ୍ରଷ୍ଟି ଟି. ଶ୍ରୀନିବାସ ରାଓ ,ମଧୁସୂଦନ ଦାସ ,ଲୋକନାଥ ପାଢୀ ଓ ଲଲିତ ପାତ୍ର ପ୍ରମୁଖ ରହି ରୀତିନୀତି ଅନୁଯାଇ ରଥଯାତ୍ରା ପରିଚାଳନା କରିଥିଲେ ।
ଏଠାରେ ମହିଳା ମାନେ ସୁଭଦ୍ରା ରଥ ଟିଣିଥିବା ବେଳେ ବଳଭଦ୍ର ଓ ଜଗନ୍ନାଥ ରଥକୁ ସାଧାରଣ ଲୋକ ଟାଣି ଥିଲେ । ପାରମ୍ପରିକ ବାଦ୍ୟ ଯନ୍ତ୍ର ,ବିଭିନ୍ନ ଅଞ୍ଚଳରୁ ଆସିଥିବା ସଙ୍କୀର୍ତ୍ତନ ଦଳ ଓ ଘଣ୍ଟ ବାଦ୍ୟ ରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ବାଲିଗୁଡା ସହର । ସନ୍ଧ୍ୟା ପୂର୍ବରୁ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା ଏହା ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ମନ୍ଦିରକୁ ନିଆଯାଇଥିଲା ।
ଏହି ରଥଯାତ୍ରା ରେ ୧୦ ହଜାର ରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇ ଥିବା ବେଳେ ଭିଡ ଓ ଟ୍ରାଫିକ ବ୍ୟବସ୍ତାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଫୋର୍ସ ମୃତୟନ ହୋଇଥିଲେ ବାଲିଗୁଡା ଏସଡିପିଓ ରାହୁଲ ଗୋଏଲ ଓ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031