Indus Valley Times

ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ

 Breaking News

ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ

August 22
17:45 2024

ଭୁବନେଶ୍ୱର, ୨୨/୮: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଖେଳାଳି ଭେଟିଛନ୍ତି। ଏହି ସାକ୍ଷାତକୁ ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ନବୀନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିବା ପରେ ବିଜେତା ଭାରତୀୟ ହକି ଦଳକୁ ଭେଟି ବହୁତ ଖୁସି ମିଳିଛି।
ହକି କେବଳ ଏକ ଖେଳ ନୁହେଁ। ଏହା ଓଡ଼ିଶାର ଏକ ଜୀବନଶୈଳୀ। ଏହି ସୁନ୍ଦର ଖେଳ ସହିତ ଆମେ ସବୁବେଳେ ଏକ ସ୍ବତନ୍ତ୍ର ବନ୍ଧନ ବାଣ୍ଟିଛୁ। ଦଳ ନିଜର ବିଜୟର ଗତି ଜାରି ରଖୁ ଏବଂ ଦେଶ ତଥା ରାଜ୍ୟ ପାଇଁ ଅଧିକ ଗୌରବ ଆଣୁ ବୋଲି ନବୀନ କହିଛନ୍ତି।
ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ବୁଧବାର ସମସ୍ତ ଖେଳାଳି ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଛି ଏବଂ ଲୋକସେବା ଭବନର କନ୍‌ଭେନଶନ ହଲଠାରେ ଏକ କାର‌୍ୟ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
କାର‌୍ୟ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିଥିଲେ । ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା, ଟିମର ଗୋଲକିପର ପି.ଆର. ଶ୍ରୀଜେସଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930