Indus Valley Times

ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରି ବୁଝିଲେ

 Breaking News

ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରି ବୁଝିଲେ

ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରି ବୁଝିଲେ
August 25
17:38 2025

ଭୁବନେଶ୍ୱର, ୨୫/୮ : ରାଜ୍ୟପାଳ ହରିବାବୁ କମ୍ଭମପାଟି ସୋମବାର ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟପାଳ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରାୟ ୨୦ ମିନିଟ୍ ରାଜ୍ୟପାଳ ଆଲୋଚନା କରିବା ପରେ ଫେରି ଆସିଥିଲେ ।
ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର ମଧ୍ୟ ରାଜ୍ୟପାଳଙ୍କ ଗସ୍ତ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ବୋଲି କହିଛନ୍ତି ।
ଏହା ପୂର୍ବରୁ ଗତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନଙ୍କୁ ଭେଟିଥିଲେ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ସୁସ୍ଥତା କାମନା କରିବା ସହିତ ତୁରନ୍ତ ସୁସ୍ଥ ହୋଇ ବିଧାନ ଆସିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରକାଶ ଥାଉକି, ନବୀନ ପଟ୍ଟନାୟକ ଗତ ୧୭ ତାରିଖ ଦିନ ଡିହାଇଡ୍ରେସନ୍ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସୁସ୍ଥ ହୋଇ ନବୀନ ଘରକୁ ଫେରିଥିଲେ । ଭାଇ ପ୍ରେମ୍ ପଟ୍ଟନାୟକ ମଧ୍ୟ ଦିଲ୍ଲୀରୁ ଆସି ନବୀନଙ୍କୁ ଭେଟିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031