Indus Valley Times

ନବ ବିବାହିତା ମହିଳାଙ୍କ ଶବ ଉଦ୍ଧାର: ହତ୍ୟା ଅଭିଯୋଗ

 Breaking News

ନବ ବିବାହିତା ମହିଳାଙ୍କ ଶବ ଉଦ୍ଧାର: ହତ୍ୟା ଅଭିଯୋଗ

December 21
18:12 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୧/୧୨ : ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରି ଗ୍ରାମର ରିତୁ ମାଣ୍ଡୋଇ ଙ୍କ ସ୍ତ୍ରୀ ଜୁଲି ସୁବୁଦ୍ଧି ଙ୍କ ଶବ କୁ ପୁଲିସ ଜବତ କରିଛି। ଘଟଣା ରୁ ପ୍ରକାଶ ଡେଙ୍ଗାଝରି ଗ୍ରାମର ପନ୍ଦାରି ମାଣ୍ଡୋଇଙ୍କ ପୁଅ ରିତୁ ମାଣ୍ଡୋଇ ଲୁଣିସାହି ଗ୍ରାମର ରବି ସୁବୁଦ୍ଧି ଙ୍କ ନାବାଳିକା ଝିଅ ଜୁଲି ସୁବୁଦ୍ଧି କୁ ଶାତ ମାସ ତଳେ ଉଠାଇ ଆଣି ବିବାହ କରିଥିଲା।
ଝିଅ ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହର ଦୁଇ ମାସ ପରେ ପନ୍ଦାରି ମାଣ୍ଡୋଇଙ୍କ ସ୍ତ୍ରୀ ଏବଂ ପୁଅ ରିତୁ ଝିଅକୁ ବାପ ଘର ସହିତ ଫୋନରେ କଥାବାର୍ତ୍ତା ହେବା ପାଇଁ ବାରଣ କରିବା ସହିତ ଝିଅକୁ ନିର‌୍ୟାତନା ଦେଉଥିଲେ।
ଝିଅ ଘର ଲୋକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ ପୁଅ ଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି। ଝିଅର ପରିବାର ପକ୍ଷରୁ ରଣପୁର ଥାନା ରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରିବା ସହିତ ରିତୁ ମାଣ୍ଡୋଇ କୁ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031