Indus Valley Times

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ନବ ସାକ୍ଷର ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା ଅନୁଷ୍ଠିତ

 Breaking News

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ନବ ସାକ୍ଷର ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା ଅନୁଷ୍ଠିତ

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ନବ ସାକ୍ଷର ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା ଅନୁଷ୍ଠିତ
March 24
10:02 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୩ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ରବିବାର ଦିନ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଳକର ୬୦ ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୬୧୮ ଟି ପରୀକ୍ଷା କେନ୍ଦ୍ରରେ ୫୦୪୫ ଜଣ ନବ ସାକ୍ଷର ପରୀକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ପ୍ରଧାନ, ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ସହାୟକ ଗୋଷ୍ଠି ଶିକ୍ଷା ଅଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ପରିଚାଳନା ଓ ତଦାରଖ କରିଥିଲେ । ଏଥିରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗ୍ରାମରେ ଥିବା ନବ ସାକ୍ଷର ମାନଙ୍କ ଘର କୁ ଘର ଯାଇ ପରୀକ୍ଷା କେନ୍ଦ୍ରକୁ ଆଣିଥିଲେ ଓ ସଫଳତାର ସହ ପରୀକ୍ଷା ପରିଚାଳନା କରିବା ସହ ଆଗାମୀ ଦିନରେ ମସ୍ତଙ୍କୁ ସାକ୍ଷର ହେବା ଦିଗରେ ସଚେତନତା ସୃଷ୍ଟି କରିଥିଲେ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୪୩ ଜଣ ପୁରୁଷ ଓ ୨୯୦୨ ଜଣ ମହିଳା ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031