Indus Valley Times

ନଭେମ୍ବର ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ହ୍ରାସ ନପାଇଲେ ଆନ୍ଦୋଳନ ଜୋର ହେବ: ବିଜେଡି

 Breaking News

ନଭେମ୍ବର ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ହ୍ରାସ ନପାଇଲେ ଆନ୍ଦୋଳନ ଜୋର ହେବ: ବିଜେଡି

November 25
18:55 2021

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସହ ଏଲପିଜି ଦର ଆକାଶ ଛୁଆ ହୋଇଛି। ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଠାରୁ ମଧ୍ୟବିତ୍ତ ପରିବାର ଉପରେ ଅତିରିକ୍ତ ବୋଝ ପଡ଼ିଛି।
ପ୍ରତ୍ୟେକ ଜିନିଷର ଦର ବଢ଼ିଥିବାରୁ ସାଧାରଣ ଜନତା ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ଏଲପିଜି ଦର ବଢ଼ିବା ଯୋଗୁଁ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ତେବେ ଗ୍ୟାସ୍ ଦର ନ କମିଲେ ବିଜେଡି ଆନ୍ଦୋଳନକୁ ଜୋର କରିବାକୁ ଚେତାବନୀ ଦେଇଛି।
ଗ୍ୟାସ ଦରକୁ ନେଇ ବିଜେଡି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, ନଭେମ୍ବର ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ହ୍ରାସ ନପାଇଲେ ଆନ୍ଦୋଳନ ଜୋର ହେବ।
କୌଣସି ଦେଶରେ ରନ୍ଧନ ଗ୍ୟାସ ଏତେ ଦ୍ରୁତ ଗତିରେ ବଢ଼ି ନାହିଁ। କେନ୍ଦ୍ରରେ ବିଜେପି ଯେତେବେଳେ କ୍ଷମତାକୁ ଆସିଥିଲା, ସେହି ସମୟରେ ରୋଷେଇ ଗ୍ୟାସ ସିଲିଣ୍ଡର (୧୪.୨ କିଲୋ) ପିଛା ୪୧୪ ଟଙ୍କା ଥିଲା। କିନ୍ତୁ ଏବେ ଏହି ଗ୍ୟାସ ଦର ୯୩୦ ଟଙ୍କାରେ ପହଞ୍ଚିଛି। ଗତ ସାତ ବର୍ଷ ମଧ୍ୟରେ ଗ୍ୟାସ ଦର ହୁହୁ ହୋଇ ବଢ଼ିଚାଲିଛି। କରୋନା ସଂକଟ ବେଳେ ପ୍ରତି ମାସରେ ଗ୍ୟାସ ଦର ବଢ଼ାଯାଇଛି। ଗ୍ୟାସ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି।
ଏହାସହ ବିଜେଡି କହିଛି, କେନ୍ଦ୍ରକୁ ବଞ୍ଚାଇବାକୁ ଓଡ଼ିଶା ବିଜେପି ନେତା ମିଛର ସାହାର ନେଉଛନ୍ତି । ବିଜେପି ନେତା କହୁଛନ୍ତି, ଅର୍ନ୍ତଜାତୀୟ ବଜାରରେ ୨୦୧୪ ପରେ ଅଶୋଧିତ ତୈଳର ଦର, ପ୍ରାକୃତିକ ଗ୍ୟାସର ଦର ବଢିଛି ସେଥିପାଇଁ ଦର ବୃଦ୍ଧି ପାଉଛି । କିନ୍ତୁ ଏହା ମିଛ । ଏବେ ଅର୍ନ୍ତଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ ଓ ଅଶୋଧିତ ତୈଳର ଦର କମିଛି । କିନ୍ତୁ ଏହା ସତ୍ତ୍ବେ ମଧ୍ୟ କେନ୍ଦ୍ର ସରକାର ଗ୍ୟାସ ଉପରେ ଦର ବୃଦ୍ଧି କରି ଗରିବ ଲୋକଙ୍କ ହାଣ୍ଡିଶାଳକୁ ଲାତ ମାରୁଛନ୍ତି । କେନ୍ଦ୍ର ଏବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠୁ । ରନ୍ଧନ ଗ୍ୟାସର ଦର କମ କରୁ ।
ସୂଚନାଯୋଗ୍ୟ, ରନ୍ଧନ ଗ୍ୟାସର ଅହେତୁକ ତଥା ଅତ୍ୟାବଶ୍ୟକ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ପ୍ରତିବାଦରେ ବିଜେଡି ପକ୍ଷରୁ ପ୍ରତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ, ଧାରଣା ଓ ରାଲି କରାଯାଉଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦରବୃଦ୍ଧି କରାଇ ଶୋଷଣ କରୁଛି। ରନ୍ଧନ ଗ୍ୟାସର ଦର ଆକାଶ ଛୁଆଁ ହୋଇଥିବା ବେଳେ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି ଆଦି ନିତ୍ୟ ବ୍ୟବହାର ଜିନିଷ ଆହେତୁକ ମୂଲ୍ୟ ବୃଦ୍ଧି ହେତୁ ସ୍ୱଳ୍ପ ରୋଜଗାର ବ୍ୟକ୍ତି ଓ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଜେପି ସରକାରର ନାରା ଥିଲା ଆଛେ ଦିନ ଆଏଗା। ତେବେ କୁଆଡେ ଗଲା ସେ ନାରା ବୋଲି ଯୁବ ବିଜେଡି ନେତା ପ୍ରଶ୍ନ କରିଛନ୍ତି। ଯଦି କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଶୀଘ୍ର ଦର ହ୍ରାସ ନ କରନ୍ତି ତାହା ହେଲେ ବିଜେଡି ଆଗାମୀ ଦିନରେ ଲୋକଙ୍କ ସ୍ଵାର୍ଥ ପାଇଁ ବ୍ୟାପକ ଆନ୍ଦୋଳନ କରିବ ବୋଲି କହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031