Indus Valley Times

ନାଗପୁରରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

 Breaking News

ନାଗପୁରରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

December 22
20:46 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୨ : ପ୍ରଦୂଷଣ ମୁକ୍ତ, ବେଟି ବଞ୍ଚାଅ, ବେଟି ପଢାଅ, ପ୍ରତି ଘରେ ଗୋଟିଏ ଗଛ ଲଗେଇବା ପାଇଁ ସଚେତନତା ସାଇକେଲ ଯାତ୍ରା କରୁଛନ୍ତି ନାଗପୁର ର ତିନି ଶିକ୍ଷକ ଓ ବ୍ୟବସାୟୀ ବନ୍ଧୁ ୫ ଦିନରେ ୧୦୦୦ କିଲୋମିଟର ଯାତ୍ରା ଲଖ୍ୟ ରଖି ବାହାରିଛନ୍ତି । ବୁଧବାର ସକାଳେ ତେଲିବନ୍ଧରେ ପ୍ରଭାତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରୋପ କ୍ଳବର ସଦସ୍ୟମାନେ, ବୌଦ୍ଧ ବ୍ରିଜରେ ସମାଜସେବୀ କୃତ୍ତିବାସ ପଲିଆ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଅଧକ୍ଷ ହରେକୃଷ୍ଣ ବେହେରା, ଅଭିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ ଓ କୃତ୍ତିବାସ ପଲିଆ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ ।
ବୌଦ୍ଧ: ଭୀମଭୋଇ ସାମର୍ଥ୍ୟ ଶିବିର
ବୌଦ୍ଧ,୨୨/୧୨: ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ବୌଦ୍ଧ ପଞ୍ଚାୟତ ସମିତି ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲସା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ ,ସ୍ଥାନୀ ୟ ସରପଞ୍ଚ ରଶ୍ମିତା ଖଟୁଆ,ଏସଏସଏସଓ ବିରେନ୍ଦ୍ର କହଁର,ଡା ଅକ୍ଷୟ କୁମାର ପଣ୍ଡା.ଡା. ବିମଳ କୁମାର ସାହୁ,ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ ଓ ମିଥିଳେଶ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଏହି ଶିବିରରେ ୮୧ ଜଣ ଦିବ୍ୟାଙ୍ଗ ନାମ ପଂଜିକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ଦୃଷ୍ଟିବାଧିତ,୫୯ ଜଣଙ୍କ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ୩ ଜଣଙ୍କୁ ଟ୍ରାଇସାଇକେଲ ଓ ୭ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ସାନନ୍ଦ ସାହୁ ଏହି ଶିବିରକୁ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ଓ ରଞ୍ଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ବୌଦ୍ଧ,୨୨/୧୨: ବୌଦ୍ଧ ପଞ୍ଚାୟତ ମହବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ନିରାଡମ୍ବର ସଭାରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ଶୃଙ୍ଖଳାର ସହିତ ଅଧ୍ୟୟନ କରି ଉଜ୍ଜଳ ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ ।
ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଶିକ୍ଷା ବିଭାଗର ମୁଖ୍ୟ ଡଃ. ମହେନ୍ଦ୍ରନାଥ ଦେବତାଙ୍କ ସମେତ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଗୀତାଞ୍ଜଳୀ ମହାପାତ୍ର,ଶ୍ୱେତାସୁମନ ପଣ୍ଡା,ସନ୍ତୋଷ କୁମାର ସାହୁ,ପ୍ରବୀର କୁମାର ଦାସ,କରିସ୍ମା ସେଠୀ,ରୋସନ ତ୍ରିପାଠୀ ଓ ଶାନ୍ତନୁ ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ
ବୌଦ୍ଧ,୨୨/୧୨: ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗଣିତ ବିଭାଗ ପକ୍ଷରୁ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଗଣିତଜ୍ଞ ଶ୍ରୀନିବାସ ରାମାନୁଜମଙ୍କ ୧୩୪ତମ ଜନ୍ମ ବାର୍ଷିକୀରେ ଆୟୋଜିତ ଜାତୀୟ ଗଣିତ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗଣିତ ବିଭାଗର ମୁଖ୍ୟ ରବୀନ୍ଦ୍ର କୁମାର ସାହୁ ସମାଜ ପ୍ରତି ଗଣିତର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।
ରାଜିନିତୀ ବିଜ୍ଞାନର ଅଧ୍ୟାପକ ବୈକୁଣ୍ଠନାଥ ସ୍ୱାଇଁ ସବୁ ବିଷୟରେ ଗଣିତର ପ୍ରମୁଖତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଗଣିତ ବିଭାଗର ଛାତ୍ରଛାତ୍ରୀମାନେ ରାମାନୁଜମଙ୍କ ଜବନୀ ପାଠ କରିଥିଲେ ।
ବୌଦ୍ଧ: ଲୁଲୁ ମେମୋରିଆଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୌଦ୍ଧ ୨୨/୧୨ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ହାଇସ୍କୁଲ ପଡିଆରେ ବାବା ବୈଦ୍ୟନାଥ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଲୁଲୁ ମେମୋରିଆଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇ ଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଗୋଟି ଦଳ ଭାଗ ନେଇଥିଲେ ଓ ବଡବନ୍ଧ (ବୌଦ୍ଧ) ବାହାଲି (ଆଠମଲ୍ଲିକ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ତିନୋଟି ଫର୍ମାଟରେ ଅନୁଷ୍ଠିତ ମ୍ୟାଚ୍କ ଦୁଇଟି ମ୍ୟାଚ ଜିତି ବାହାଲି ଚମ୍ପିୟାନ ହୋଇଥିଲା ,ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଚିତ୍ତ ରଂଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସତ୍ୟଜିତ କୁମାର୍ ପଣ୍ଡା ଯୋଗ ଦେଇ ଟ୍ରଫି ଓ ପୁରସ୍କାର ରାଶି ବିତରଣ କରିଥିଲେ । ଫାଇନାଲ ମ୍ୟାଚରେ ବାହାଲି ଦଳର ବିଭୂତି ମେନ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଟିନୁ ମେନ ଅଫ୍ ଦି ସିରିଜ୍ ଘୋଷିତ ହୋଇଥିଲେ । ଆମ୍ପାୟର୍ ଭାବେ ଅଜିତ ବେହେରା ଓ ସଂଜୀବ ବେହେରା ମ୍ୟାଚ୍ ପରିଚାଳନା କରିଥିଲେ, ପ୍ରତ୍ୟେକ ଦିନର ମ୍ୟାଚର ଧାରା ବିବରଣୀ ପପୁନ ଜେନା ଓ ପ୍ରତାପ ନାଏକ ପ୍ରଦାନ କରିଥିଲେ ଏବଂ ସତ୍ୟ ସାମଲ ଓ ସମରେନ୍ଦ୍ର ରାଉତ ସ୍କୋରର୍ ଭୂମିକା ତୁଲାଇଥିଲେ ।
ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ସରସରା ଗ୍ରାମର କ୍ରିକେଟ୍ ପ୍ରେମୀ ତଥା ସଂଗଠକ ପ୍ରିୟରଞ୍ଜନ କର୍ଣ୍ଣ (ଲୁଲୁ)ଙ୍କ ସ୍ମୃତିରେ ବି.ବି.ଏନ.ସି.ସି. ପକ୍ଷରୁ ଏ ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ ଆୟୋଜନ କରାଯାଉଛି।
ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବୌଦ୍ଧ,୨୨/୧୨: ବୌଦ୍ଧବ୍ଲକ ତେତେଲେଙ୍ଗା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖରେ ଆରମ୍ଭ ହୋଇ ତିନି ଦିନଧରି ଖେଳ ହୋଇଥିଲା । ତିନି ଦିନ ଧରି ଖେଳ ପରିଚାଳନା କରିଥିଲେ କ୍ରୀଡ଼ା ଶିକ୍ଷକ କୃଷ୍ଣ ଚନ୍ଦ୍ର ସେଠୀ,ହିମାଂଶୁ ଶେଖର ମାଝୀ, ତପନ ନାୟକ, ଦଶରଥ ଭୋଇ,ଖେଳ ଶିକ୍ଷୟତ୍ରୀ ବନ୍ଦିତା ବିଶ୍ୱାଳ , ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଓଡିଶା ମୁଖ୍ୟ ସାଶନ ସଚିବ ତଥା ଓଡିଶା ତୀରନ୍ଦାଜ ସଙ୍ଘ ସଭାପତି ଗୋକୁଳ ଚନ୍ଦ୍ର ପତି ଯୋଗ ଦେଇ ପାଠ ସହିତ ବିଭିନ୍ନ ଖେଳରେ ଭାଗ ନେଇ ମୂଲ୍ୟାଙ୍କନରେ ନରହି ମୂଲ୍ୟକ୍ଷୟନ ହେବାକୁ ପରାମର୍ଶ ଦେଇଥିଲେ ।
ମଞ୍ଚରେ ମଞ୍ଚାସିନ ଥିଲେ ଅଧକ୍ଷ ହରେକୃଷ୍ଣ ବେହେରା,ପୂର୍ବ ସଂସ୍କୃତ ଶିକ୍ଷକ ନବୀନ ଶତପଥୀ ଅଭିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ, ସଭ୍ୟ କୃତିବାସ ପଲିଆ, ଜଗବନ୍ଧୁ ପାତ୍ର, ମାନସ ପୁରୋହିତ, ପ୍ରଭାତ ଚନ୍ଦ୍ର ପ୍ରଧାନ ,ସର୍ବ ମୋଟ ୩୩ଗୋଟି କ୍ରୀଡା ବିଭାଗରେ ପ୍ରତିଯୋଗୀତାରେ ଭାଗ ନେଇଥିଲେ ଓ ବଂଶଧରା ବିଭାଗ ଖେଳରେ ଚମ୍ପ୍ୟିାନ ଶିଳ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ପୂର୍ବ ସଂସ୍କୁତ ଶିକ୍ଷକ ନବୀନ ଶତପଥୀ ଓ ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସଂମ୍ମାନିତ କରାଯାଇଥିଲା ।,ଉକ୍ତ କାର୍ଯ୍ୟକ୍ରମଙ୍କୁ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଅବିଭାବକ ମାନେ ସହଯୋଗ କରିଥିଲେ , ଶେଷରେ ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧ : ନଦୀରେ ଆରମ୍ଭ ନଦୀରେ ଶେଷ
ବୌଦ୍ଧ,୨୨/୧୨: ବୁଧବାର ମହାନଦୀ ଉତ୍ସବ ବୌଦ୍ଧ ସହର ସ୍ଥିତ ମାତାଙ୍ଗେଶ୍ୱର ମନ୍ଦିର ନଦୀଘାଟ କୂଳରେ ଶେଷ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ସୁମନ ଷଡ଼ଙ୍ଗୀ, ବହୁ ମହିଳା ଉପସ୍ଥିତ ରହି ମହାନଦୀ ତଟ ରେ ପୂଜାର୍ଚନା କରିଥିଲେ ।,
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଶ୍ରୀମତୀ ଦଳବେହେରା ସମସ୍ତଙ୍କୁ ମହାନଦୀର ସୁରକ୍ଷା ପାଇଁ ଶପଥ ପାଠ କରାଇ ଥିଲେ । ଏନ. ଏ. ସି. କମ୍ୟୁନିଟି ଅରଗାନାଇଜର ସୁପର୍ଣ୍ଣକ୍ଷ ମହାନ୍ତି ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031