Indus Valley Times

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଆସାମୀ ଗିରଫ

 Breaking News

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଆସାମୀ ଗିରଫ

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଆସାମୀ ଗିରଫ
May 24
08:58 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନାରେ ଏକ ନାବାଳିକାକୁ ଜୋର ଜବରଦସ୍ତ ପ୍ରଲୋଭନ ଦେଖାଇ ଅସଦାଚରଣ ଅଭିଯୋଗ ରେ ପୋଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅସଦାଚରଣକାରୀ ଜଣଙ୍କ ହେଲେ ସାରଙ୍ଗଗଡ଼ ବାହାଡା ପଦାର ଘନଶ୍ୟାମ ପାଢ଼ୀର ପୁଅ ଭଗବାନ ପାଢ଼ୀ (୪୮) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ୮ ବର୍ଷୀୟ ଛୋଟ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଓ ମିଠା ମିଠା କଥା କହି ପୁଣି ନଗଦ ୧୦୦ ଟଙ୍କା ଦେଇ ଅସଦାଚରଣ ସହିତ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ନାବାଳିକା ପାଟି କରିଥିଲା।
ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଦୌଡି ପଳାଇଥିଲା। ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ସାରଙ୍ଗଗଡ଼ ପୋଲିସ୍ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶ୍ରୀପାଢ଼ୀଙ୍କୁ ଗିରଫ କରିଥିଲେ।
ଏ ନେଇ ଥାନା ମାମଲା ନଂ ୮୪/୨୬ ରେ ଧାରା ୧୨୬ (୨)/୨୯୬ ବିଏନଏସ ୮ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିବା ଥାନା ଅଧୂକାରୀ ସ୍ମିତା ଜେନା ପ୍ରକାଶ କରିଛନ୍ତି।
ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଗାଡି ସହ ଦୁଇ ମାଫିଆ ଗିରଫ
ବାଲିଗୁଡ଼ା, ୨୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ମାଫିଆକୁ ସାବାଡ଼ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୁଡ଼ୁତୁଲି ପୋଲ ନିକଟରେ ପୋଲିସ ଦଳ ଚଢ଼ାଉ କରିଥିଲେ।
ଉକ୍ତ ସ୍ଥାନରେ ମାଫିଆ ଗଞ୍ଜେଇ ଚାଲାଣ କରିବାକୁ ଦୁଇଟି କାରଗାଡ଼ି ଓଡି ୦୨ ସିକେ ୫୨୮୦ ଓ ଓଡି ୦୨ ବିଇ ୪୪୪୫ ରେ ଗଂଜେଇ ଚୋରା ଚାଲାଣ କରିବା ପାଇଁ ଭୁବନେଶ୍ୱରର ଆଶିଷ ଜେନା (୩୫) ଓ ରମେଶ ପ୍ରଧାନ (୩୩) ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଉକ୍ତ ମାଫିଆ ସହ ଅନ୍ୟ ୪ ଜଣ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିଥିବା ସୂଚନା ମିଳିଛି।
ଉକ୍ତ ଗଞ୍ଜେଇ ଜରି ବସ୍ତା ଗୁଡ଼ିକୁ ପୋଲିସ ଦଳ ସହ ଥାନା ଅଧିକାରୀ ଆଶୁତୋଷ ଜେନା ତନଖି କରିବା ପରେ ଗଞ୍ଜେଇ ଥିବା ଜଣା ପଡିଥିଲା।
ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ୧୨୦ କେଜି ଗଞ୍ଜେଇ ଜବତ କରିଥିଲେ। ଏଥିରେ ଥାନାର ଏସଆଇ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଏଏସଆଇ ବାସୁଦେବ ପଣ୍ଡା,ସୁରେନ୍ଦ୍ର ରାଜହଂସ ସମେତ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ।
ଏ ନେଇ କ. ନୂଆଗାଁ ଥାନା କେସ ନଂ ୮୪/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ଠାରୁ ପ୍ରକାଶ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031