Legatus

ନାମାଙ୍କନ ଭରିବା ସହ କହିଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଉନ୍ନତି ଦାୟିତ୍ୱ ମୋର – ( ସାବିତ୍ରୀ )

 Breaking News

ନାମାଙ୍କନ ଭରିବା ସହ କହିଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଉନ୍ନତି ଦାୟିତ୍ୱ ମୋର – ( ସାବିତ୍ରୀ )

ନାମାଙ୍କନ ଭରିବା ସହ କହିଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଉନ୍ନତି ଦାୟିତ୍ୱ ମୋର – ( ସାବିତ୍ରୀ )
May 07
21:06 2024

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୭/୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଆଗ୍ରାଧ୍ୟାକାର ଦେବା ପାଇଁ ସେ ମହିଳା ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡିର ମହିଳା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସକାଳୁ ସକାଳୁ ଫତେଗଡ଼ରେ ଥିବା ରାମ ମନ୍ଦିର ଦର୍ଶନ କରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସହର ପରିକ୍ରମା କରି ନୟାଗଡ଼ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ ।
ଅନେକ କର୍ମୀ ନୟାଗଡ଼ ରେଣ୍ଟେଷ୍ଟେସନ ପାଖରେ ଅଟକି ରହିଯାଇଥିଲେ । ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସମର୍ଥକ ମାନେ ଆସି ପହଂଚିଥିଲେ । ୧୩ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା ର ସହିତ ସାବିତ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିବାନିମନ୍ତେ ଆଗେଇଥିଲେ ।
ନାମାଙ୍କନ ଭରିବାପରେ ସମସ୍ତଙ୍କୁ ଧନ୍ୟବାଦ ଦେବାସହିତ ଅଫମୀ ନିର୍ବାଚନରେ ବିଜୟ ହେବା ପରେ ନିଜ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଏବଂ ପର୍ଯ୍ୟଟନ କୁ ଉର୍ନତ କରିବାକୁ ପ୍ରତିଶୃତି ଦେଇଥିଲେ।
ଖଣ୍ଡପଡା ରେ ରହିଥିବା ବିବାଦକୁ ନେଇ କହିଥିଲେ ଆମେ ସମସ୍ତେ ଗୋଟିଏ ପରିବାରର ଆମେ ମିଳିମିଶି କାମ କରିବୁ କ୍ଷ ଏହି କାର‌୍ୟ୍ୟ କ୍ରମରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂପୃକ୍ତ ମିଶ୍ର, ବିଭିନ୍ନ ଜିଲ୍ଲା ପରିଷଦ ଓ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31