Indus Valley Times

ନାଳରେ ଭାସିଗଲେ କଲେଜ ଛାତ୍ରୀ

 Breaking News

ନାଳରେ ଭାସିଗଲେ କଲେଜ ଛାତ୍ରୀ

August 06
17:17 2024

ଅନୁଗୁଳ, ୬/୮: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତ ସୁନାଭୂଇଁ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କମ୍ପୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳରେ ଜଣେ ଛାତ୍ରୀ ଭାସି ଯାଇଛନ୍ତି। ଘଟଣାସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଦୁଇଘଣ୍ଟା ହେଲା ତାଙ୍କର ପତ୍ତା ମିଳିନାହିଁ।
ସୂଚନା ମୁତାବକ, ବନ୍ତଳା ଥାନା ସୁନାଭୂଇଁ ସାହିର ପ୍ରମୋଦ ବେହେରାଙ୍କ ଝିଅ ପ୍ରୀତି ବେହେରା (୧୮) ଆଜି କମ୍ପୁଟର କ୍ଲାସ କରିବାକୁ ବନ୍ତଳା ଯାଇଥିଲେ। ସେଠାରୁ ସେ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳ ପାର ହେବା ବେଳେ ପୋଲ ଉପରେ ଆସୁଥିବା ବର୍ଷା ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକମାନେ ଏନେଇ ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930