Legatus

ନା ଡବଲ୍, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ : ପାଣ୍ଡିଆନ୍

 Breaking News

ନା ଡବଲ୍, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ : ପାଣ୍ଡିଆନ୍

April 27
16:32 2024

ନୂଆପଡା,୨୭/୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟିଏ ଇଞ୍ଜିନ ଆସିଛି ।
ଯଦି ଡବଲ୍ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟିଏ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ଭାଜପାକୁ କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ଏଭଳି କହିଛନ୍ତି ।
ଏହି ଅବସରରେ ପାଣ୍ଡିଆନ ଗତ ମେ’ ମାସରେ ନୂଆପଡା ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ତାର ହିସାବ ମଧ୍ୟ ଦେଇଛନ୍ତି। ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ସମ୍ପର୍କିତ ସବୁ ସମସ୍ୟାର ସମାଧାନ ହୋଇସାରିଛି। କେବଳ ନୂଆପଡା ନିର୍ବାଚନମଣ୍ଡଳୀକୁ ୧୩୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930