Indus Valley Times

ନିଅଣ୍ଟିଆ ବର୍ଷା : କୃଷକଙ୍କୁ ଫସଲ ପରିଚାଳନା ପାଇଁ ପରାମର୍ଶ ଦେଲେ ଓୟୁଏଟିର ଶିକ୍ଷା ନିର୍ଦ୍ଦେଶାଳୟ

 Breaking News

ନିଅଣ୍ଟିଆ ବର୍ଷା : କୃଷକଙ୍କୁ ଫସଲ ପରିଚାଳନା ପାଇଁ ପରାମର୍ଶ ଦେଲେ ଓୟୁଏଟିର ଶିକ୍ଷା ନିର୍ଦ୍ଦେଶାଳୟ

ନିଅଣ୍ଟିଆ ବର୍ଷା : କୃଷକଙ୍କୁ ଫସଲ ପରିଚାଳନା ପାଇଁ ପରାମର୍ଶ ଦେଲେ ଓୟୁଏଟିର ଶିକ୍ଷା ନିର୍ଦ୍ଦେଶାଳୟ
August 17
10:53 2021

ଭୁବନେଶ୍ୱର, ୧୭/୮ : ମାତ୍ରାଧିକ ନିଅଣ୍ଟିଆ ବର୍ଷା ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ପରାମର୍ଶ ଦେଇଛି ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ। ଏଥିରେ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ମାସ ୨୪ ତାରିଖ ଠାରୁ ଜୁଲାଇ ମାସ ୨୨ ତାରିଖ ପର୍ଯ୍ୟନ୍ତ, ଜୁଲାଇ ମାସ ୨୬ ତାରିଖରେ ଦୁର୍ବଳ ହୋଇ ପଡ଼ିଥିବାରୁ ୧୩ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି କିମ୍ବା ମାତ୍ରାଧିକ ନିଅଣ୍ଟିଆ ବର୍ଷା ଦେଖାଯାଇଛି। ଏଥି ଯୋଗୁଁ ଖରିଫ ଧାନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଏହାର ସୁପରିଚାଳନାର ଆବଶ୍ୟକତା ରହିଛି।
ନିଅଣ୍ଟିଆ ବର୍ଷା ସ୍ଥାନରେ ବିଜୁଳି, ଘଡ଼ଘଡି ହେଉଥିଲେ ବର୍ଷା ଏବଂ କେନାଲ ପାଣି ଉପଯୋଗ କରି ଚାଷ ଜାରି ରଖିବା ଉଚିତ। ବେଉଷଣ ହୋଇନଥିବା ୪୫ ଦିନରୁ ଉର୍ଦ୍ଧ୍ୱ ବୁଣାଧାନ ଫସଲରେ ବର୍ଷାକୁ ଅପେକ୍ଷା ନ କରି ଘାସ ବାଛିବା ସହ ଲୁଣା ଧାନ ଫସଲରେ ହସ୍ତଚାଳିତ ଘାସ ବଛା ଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
କପା ଫସଲରେ ପତ୍ରଡିଆଁ, ଧଳାମାଛି ଉଙ୍କୁଣିଆ ପୋକ, ଦହିଆ ପୋକ ସମସ୍ୟା ରହୁଥିବାରୁ ଏକର ପ୍ରତି ୮୦ ଗ୍ରାମ ଥାୟୋମେଥୋକ୍ସାମ ୨୫ ଡବ୍ଲୁଜି କୀଟନାଶକ, ୬୦ ଗ୍ରାମ ଫ୍ଲୋନିକାମିକ ୫୦ ଡବ୍ଲୁଜି ୨୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ। ମକାରେ ବର୍ତ୍ତମାନ ଫଲ ଆର୍ମୀ ୱାର୍ମ ସମସ୍ୟା ବୃଦ୍ଧି ପାଇଛି। ଏହାର ଦମନ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031