Indus Valley Times

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ବଲାଂଗୀର ଜିଲ୍ଲା ଶାଖାର ସଭା ଅନୁଷ୍ଠିତ

 Breaking News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ବଲାଂଗୀର ଜିଲ୍ଲା ଶାଖାର ସଭା ଅନୁଷ୍ଠିତ

November 17
20:48 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୭/୧୧ : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ ସମ୍ପାଦିକା ଅନୁପମା ପ୍ରହରାଜ ଙ୍କ ଆବାହନ କ୍ରମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭା ଶିକ୍ଷୟତ୍ରୀ ଶାନ୍ତିଲତା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ଫେଡରେସନ ପରାମର୍ଶ ଦାତା ଗୌରଙ୍ଗଚରଣ ମଲ୍ଲିକ ଓ ଜିଲ୍ଲା ପରାମର୍ଶ ଦାତା ଆଚାର୍ଯ୍ୟ ସୁଚିତ୍ର ସୁନା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ସଭାରେ ସର୍ଵ ପ୍ରଥମେ ଶୁଭେନ୍ଦ୍ର କୁମାର ଦଣ୍ଡସେନା,ଜିଲ୍ଲା ପରିଷଦ ସଦସ୍ୟ ଙ୍କ ବିୟୋଗ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶୋକସଭା କରାଯାଇଥିଲା।
ଏହା ପରେ ରାଜ୍ୟ ସଂଘ ର ମିଶ୍ରଣ ପାଇଁ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା।ପୁରୀ ଜିଲ୍ଲା ସମ୍ପାଦକ ରାମ ନାରାୟଣ ମିଶ୍ର ଓ ସମ୍ବଲପୁର ରୁ ଅଲ ଇଣ୍ଡିଆ ସ୍ୱୀକୃତି ପ୍ରାପ୍ତ ରାଜ୍ୟ ସମ୍ପାଦକ ବବୃ ବାହନ ଭୋଇ ଏହି ସଭାରେ ଅନୁପସ୍ଥିତ ଥିଲେ ହେଁ ବଲାଙ୍ଗୀର ଜିଲ୍ଲା ସଂଘ ର କାର୍ଯ୍ୟକଳାପ କୁ ପ୍ରଶଂସା କରିଥିଲେ।
ଏହା ପରେ ଗଣଶିକ୍ଷା ନିର୍ଦେଶକ ଙ୍କ ଚିଠି କୁ ଆଲୋଚନା କରି ତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।ଦେଓଗାଁ ବ୍ଲକ ରେ ଶିକ୍ଷକ ମାନଙ୍କ ର ପ୍ରାପ୍ୟ ଅବହେଳା ଓ ବିଇଓ ଅଫିସ ର ଦୁର୍ନୀତିଖୋର୍ ମନୋବୃତ୍ତି ପାଇଁ ରାଜ୍ୟ ସ୍ଥରୀୟ ପଦାଧିକାରୀ ଙ୍କୁ ଚିଠି ଲେଖିବାକୁ ପ୍ରସ୍ତାଵ ଆଗତ କରା ଯାଇଥିଲା।
ସେହିପରି ମୁରିବାହାଲ ଭଳି ଅନେକ ବ୍ଲକ୍ ରେ ଲେବେଲ୍ ଥାର୍ଡ୍ ଶିକ୍ଷକ ମାନେ ତାଙ୍କର ପ୍ରକୃତ ଦରମା ପାଇବାରୁ ବଞ୍ଚିତ ଅଛନ୍ତି। ଛଅ ବର୍ଷ ପୁରି ଯାଇଥିଲେ ସୁଦ୍ଧା ଶିକ୍ଷକ ମାନେ ସ୍ଥାୟୀ ଶିକ୍ଷକ ର ଆଦେଶ ଡିପିସି କାର୍ଯ୍ୟାଳୟ ରୁ ପାଇ ନ ଥିବା ଅଭିଯୋଗ ମଧ୍ୟ ଆସିଥିଲା।
ଏହା ବ୍ୟତୀତ ୩୦ ବର୍ଷୀୟ ଏମଏସିପି ଦେବାରେ ବଲାଙ୍ଗିର, ପାଟଣାଗଡ଼ ଓ ଟିଟିଲାଗଡ ବିଇଓ ଅଫିସ୍ ଉଦ୍ଦେଶ୍ୟ ମୂଳକ ଭାବରେ ଅବହେଳା କରୁଥିବା ରୁ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦାବୀ ପତ୍ର ଦେବାର ନିଷ୍ପତ୍ତି ନିଆଯାଇଥିଲା।
କେତେକ ଦୁର୍ନୀତିଖୋର୍ ବ୍ୟକ୍ତି ରାଜ୍ୟପାଳ ପୁରସ୍କାର ପାଇଁ ଆବେଦନ କରିଥିବାର ସୂଚନା ମିଳିଥିବାରୁ ତାଙ୍କ ବିରୋଧରେ ସଂଘ ତରଫରୁ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ।
ବଲାଙ୍ଗିର ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଉପଯୁକ୍ତ ଅଧିକାରୀ ଙ୍କ ଠାରେ ଆବେଦନ କରିଥିଲେ।
ସର୍ବଶେଷରେ ସଭାନେତ୍ରୀ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଙ୍କୁ ଧନ୍ୟବାଦ୍ ଦେଇ ପରବର୍ତ୍ତୀ ସଭା ଆସନ୍ତା ଡିସେମ୍ବର ୧୫ ତାରିଖ ରେ ଭୀମ ଡୁଙ୍ଗୁରି ଠାରେ କରିବା ପାଇଁ ଘୋଷଣା କରିଥିଲେ।
ଏହି ସଭାରେ ଅନେକ ଶିକ୍ଷକ ପ୍ରତିନିଧି ଯୋଗଦାନ କରିଥିଲେ।ତନ୍ମଧ୍ୟରୁ ଜୟଦେବ ବିଶି,ସଂଜିତ୍ ଦୋରା,ବୀଣାପାଣି ବୁଡେକ୍,ବସନ୍ତ ବୁଡେକ୍, ଲକ୍ଷ୍ମୀପ୍ରିୟା ପଟେଲ,କୁମୁଦିନୀ ମେହେର,ଅନ୍ନପୂର୍ଣ୍ଣା ନନ୍ଦ,ଦୁର୍ଯ୍ୟୋଧନ ପଶାୟତ ଏବଂ ହରେକୃଷ୍ଣ ରଥ ସକ୍ରିୟ ଅଂଶ ଗ୍ରହଣ କରି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930