Indus Valley Times

ନିତିକାନ୍ତି ମଧ୍ୟରେ ସିମିତ ରହିଲା ବୌଦ୍ଧର ପ୍ରସିଦ୍ଧ ଧନୁଯାତ୍ରା

 Breaking News

ନିତିକାନ୍ତି ମଧ୍ୟରେ ସିମିତ ରହିଲା ବୌଦ୍ଧର ପ୍ରସିଦ୍ଧ ଧନୁଯାତ୍ରା

December 17
20:12 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୨: ବୌଦ୍ଧର ପ୍ରସିଦ୍ଧ ଧନୁଯାତ୍ରା ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ମନ୍ଦିର ଭିତରେ ନିତିକାନ୍ତି ମଧ୍ୟରେ ସିମିତ ରହିଲା ,ମଦନମୋହନ ମନ୍ଦିର ପରିସରରେ ସିମିତ ସଂଖ୍ୟକ କମିଟି ସଦସ୍ୟଙ୍କୁ ନେଇ ପାରମ୍ପରିକ ରିତିନିତି ସହ ଧନୁଯାତ୍ରା ପାଳନ କରାଯିବା ସହ ଆଜି ଉଦଯାପିତ ହୋଇଛି ।
ଦୁଇବର୍ଷ ହେଲା କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ମଦନ ମୋହନ ନାଟ୍ୟ କଳା ପରିଷଦ ର କଳାକାରମାନେ ଧନୁଯାତ୍ରା ଉତ୍ସବକୁ କେବଳ ନିତିକାନ୍ତିରେ ସିମିତ ରଖି ପାଳନ କରିଛନ୍ତି । କଳା ପରିଷଦ ର କଳାକାରମାନେ ଆଜି ବ୍ରତ ସମାପନ କରିଛନ୍ତି ।
ଶେଷ ଦିବସରେ କୃଷ୍ଣ ବଳରାମ ବେଶ ଧାରଣ କରି ଅନ୍ୟ କଳାକାର ମାନଙ୍କ ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ରୋଗୀ ଓ ଅନ୍ତେବାସୀ ମାନଙ୍କୁ ଫଳ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ରାମହରି ପାତ୍ର, ସମ୍ପାଦକ ମୋତିଲାଲ ଯୋଶୀରା , ସିଡିଏମଓ, ଏଡ଼ିଏମଓ ଙ୍କ ସହିତ ଅନ୍ୟମାନେ ସାମିଲ ହୋଇଥିଲେ କ୍ଷ
ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ, ଜିବିପି ଜହ୍ନାପଙ୍କ ବିଜୟୀ
ବୌଦ୍ଧ,୧୭/୧୨: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କଚେରୀ ପଡିଆରେ ଚାଲୁଥିବା ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟର ଆଜିର ମ୍ୟାଚ ଜିବିପି ଜହ୍ନାପଙ୍କ ଓ ଜେବିସି ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଇନିଙ୍ଗସରେ ଜେବିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସମସ୍ତ ୱିକେଟ ବିନିମୟରେ ୩୩.୧ ଓଭରରେ ୧୪୨ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଅନୁଭବ ଘିବେଲା ୩୯ ବଲ୍‌ରୁ ୩୮ ରନ୍‌, ଶୁଭମ ପି. ବାରିକ ୬୦ ବଲ୍‌ରୁ ୩୪ ରନ୍‌, ସଞ୍ଜୟ ସାହୁ ୨୩ ବଲ୍‌ରୁ ୧୯ ରନ୍ ସଂଗ୍ରହ କରିଥିଲେ ।
ଜିବିପି ଜହ୍ନାପଙ୍କ ଦଳର ରାମକୃଷ୍ଣ ପାଲ ୩ଟି, ପ୍ରକାଶ ଝା ୨ଟି ଓ ପ୍ରୀତମ ବେହେରା ଗୋଟିଏ ୱିକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗସରେ ଜିବିପି ଜହ୍ନାପଙ୍କ ୨୫.୫ ଓଭରରେ ୪ ୱିକେଟ ହରାଇ ୧୪୩ ରନ୍ କରି ବିଜୟୀ ହୋଇଥିଲା । ଦଳ ତରଫରୁ ଅମିତ ହୋତା ୪୦ ବଲ୍‌ରୁ ୩୧ ରନ୍‌, ମୁକେଶ ପଟ୍ଟନାୟକ ୩୨ବଲ୍‌ରେ ୨୭ ରନ୍‌, ଜଗଦୀଶ ବେହେରା ୪୦ ବଲ୍‌ରେ ୧୭ ରନ୍ ସଂଗ୍ରହ କରିଥିଲେ ।
ଜେବିସି ତରଫରୁ ବିଶ୍ୱଜିତ ମହାଲିକ, ସିରୋଜ ଭୋକ୍ତା ଓ ଏସ୍ ଏସ୍ ଦାନୀ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚକୁ ଅଂପାୟାର ଭାବେ ଅମରେଶ ପ୍ରଧାନ ଓ ସ୍ୱାଧୀନ ବେହେରା ପରିଚାଳନା କରିଥିବାବେଳେ ସ୍କୋରରଭାବେ ରବିନାରାୟଣ ସ୍ୱାଇଁ ଦାୟିତ୍ୱ ତୁଲାଇଥିଲେ ।
ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ତୃତୀୟ ଦିବସ,ସୁସ୍ଥ ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍
ବୌଦ୍ଧ,୧୭/୧୨: ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ,ଏଣୁ ସମାଜକୁ ଶୃଙ୍ଖଳିତ ଓ ସୂପଥରେ ଆଗେଇ ନେବା ପାଇଁ ରକ୍ତଦାନ ଭଳି ଏକ ମହାନ୍ କାର୍ଯ୍ୟରେ ନିଜକୁ ସାମିଲ କରାଇ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ତୃତୀୟ ଦିବସରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀଠାରେ ପାଳିତ ହେଉଥିବା ମହୋତ୍ସବର ତୃତୀୟ ଦିବସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା, ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଶ୍ରୀମନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ ।ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ରଘୁନାଥ ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ।
ଏହି ରକ୍ତଦାନ ଶିବିର ରେ ସ୍ଥାନୀୟ ଡ଼୍ରାଇଭର ମହାସଂଘର ସ୍ବେଚ୍ଛାସେବୀ ମାନେ ଯୋଗଦେବା ସହ ଅଞ୍ଚଳର ଯୁବଗୋଷ୍ଠୀ ମଧ୍ୟ ସାମିଲ ହୋଇ ଥିଲେ,ଡ: ରଜତ ମହାନନ୍ଦିଆ, ରକ୍ତପରାମର୍ଶଦାତା ବନୋଜ କୁମାର ପ୍ରଧାନ ।
ଲବୋରେଟରି ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ, ସହକର୍ମୀ ବାଦଲ କୁମାର ପ୍ରଧାନ ଶିବିର ପରିଚାଳନା କରି ୨୮ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।
ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିବାସୀ ଶିଶୁ କଣ୍ଠଶିଳ୍ପୀ ସମାଇରା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା, ମହୋତ୍ସବ କମିଟି ର ସଭାପତି ବିଶ୍ୱଜିତ ମିଶ୍ର ସଭାରେ ଅଧ୍ୟକ୍ଷତା କରି ଥିଲା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ସଭ୍ୟ ପୁରନ୍ଦର ଠେଲା ଧନ୍ୟବାଦ ଅର୍ପଣ କରିଥିଲେ ଓ କମିଟି ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031