Indus Valley Times

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

 Breaking News

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

August 31
18:39 2024

ଭୁବନେଶ୍ୱର,୩୧/୮: ବିଧାସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟ ଶନିବାର ବେଶ ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ବିଧାୟକମାନେ ପଚାରୁଥିବା ବିଭିନ୍ନ ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ଉତ୍ତର ରଖଛନ୍ତି ।
ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନଓ୍ବାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷେ ଗୃହରେ ଛତୁଆ ବଣ୍ଟନକୁ ନେଇ ଚର୍ଚ୍ଚା ହେଉଛି । ଏକାଧିକ ବିଧାୟକ ଛତୁଆକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଝନ୍ତି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ ୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବିବରଣୀ ମାଗିଛନ୍ତି। ଏସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ସହ ଯାଞ୍ଚ କମିଟି ଗଠନ କରାଯିବ। ସୁପରଭାଇଜରମାନେ ଛତୁଆ ପ୍ରସ୍ତୁତି ବେଳେ ଏହାର ମାନ ଯାଞ୍ଚ କରିବେ। ଛତୁଆର ସାମ୍ପ୍ୟୁଲ ଟେଷ୍ଟ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଧାନସଭା ଦ୍ବିତୀୟ ପ୍ରର୍ଯ୍ୟାୟ ଅଧିବେଶନର ଆଜି ଦଶମ ଦିନ । ଆଜି ବି ଗୃହ ବେଶ୍ ସରଗରମ ରହିବ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି ।
ମହିଳା ଶିଶୁ ବିକାଶ, ନିର୍ମାଣ, ପର‌୍ୟ୍ୟଟନ, ଅବକାରୀ, ମିଶନ ଶକ୍ତି ଓ ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031