Indus Valley Times

ନିମ୍ନମାନର ରାସ୍ତା କାମ ନିର୍ମାଣ: ଅଧାପନ୍ତରିଆ ହୋଇ ପଡି ରହିଛି ଗଣିଆ ଠାରୁ କୁତୁ ରୀ ରାସ୍ତା

 Breaking News

ନିମ୍ନମାନର ରାସ୍ତା କାମ ନିର୍ମାଣ: ଅଧାପନ୍ତରିଆ ହୋଇ ପଡି ରହିଛି ଗଣିଆ ଠାରୁ କୁତୁ ରୀ ରାସ୍ତା

August 28
20:50 2020

ରଶ୍ମି ରଞ୍ଜନ ପରିଡା ଙ୍କ ରିପୋର୍ଟ
ନୟାଗଡ,୨୮/୮: ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଗଣିଆ ଠାରୁ କୁଟୁରୀ ରାସ୍ତା ଟି ଦୀର୍ଘ ଦିନ ହେଲା ଅଧା ପନ୍ତରୀଆ ହୋଇ ପଡ଼ିରହିଛି । ଠିକାଦାର ଠାରୁ ଆରମ୍ଭ ଗ୍ରାମ୍ୟ ଉନୟନ ବିଭାଗ ର କନିଷ୍ଟ ଯନ୍ତ୍ରୀ ପ୍ରର୍ଯ୍ୟନ୍ତ କେହି ବି ଆଡଆଖି ରେ ଚାହୁଁ ନାହାନ୍ତି ଦୁଃଖର ବିଷୟ କାର୍ଯ୍ୟ ଶେଷ ୧୮/୦୬/୨୦୨୦ ଥିଲା. କିନ୍ତୁ ମାସ ମାସ ଧରି ପଡିରହି ଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନି । ଏହି ରାସ୍ତା ଉପରେ ବଡଶୀଲିଙ୍ଗା. ଛାମୁଣ୍ଡିଆ. ରାସଙ୍ଗ. ବେଲପଡା ପାଟଣାଗ୍ରାମ ପଂଚାୟତ ର ଜନସାଧାରଣ ମାନେ ଗମନା ଗମନ ପାଇଁ ନିର୍ଭର କରନ୍ତି. ରାସ୍ତା ଟିକୁ ଠିକାଦାର ମନ ଇଛା ଖୋଳି ଦେଇ ଥିବାରୁ ରାସ୍ତା ମଝିରେ ବଡ ବଡ଼ ଖାଲ ସୁଷ୍ଟି ହେବାରୁ ପାଣି ଜମି ରହି ପୋଖରି ପରି ଭ୍ରମ ସୁଷ୍ଟି କରୁଛି । ଏହି ରାସ୍ତା ରେ ପ୍ରତେକ ଦିନ ଗାଡି ମଟର ଯିବା ସହିତ ଛାତ୍ର ଛାତ୍ରୀ, ମହିଳା, ବରିଷ୍ଟ ନାଗରିକ, ମେଡିକାଲ କୁ ଆଶୁ ଥିବା ଜନସାଧାରଣ ମାନେ ଅସୁବିଧା ଭୋଗ କରୁଅଛନ୍ତି । ରାସ୍ତା ର ଉଭୟ ପଟେ ମାଟି ପଡି ଥିବାରୁ ବର୍ଷା ହେଲେ କାଦୁଅ ହେବା ଯୋଗୁଁ ରାସ୍ତା ରେ ଜନସାଧାରଣ ଗାଡି ରୁ ପଡି ଗୋଡ଼ ହାତ ଭାଙ୍ଗି ମେଡିକାଲ ରେ ଚିକିତ୍ସା ହୋଇ ପରିବାର ସହିତ ଦୁଃଖ କଷ୍ଟ ରେ ରହୁଛନ୍ତି । ଠିକାଦାର ର ମନ ମୁଖି କାଯ୍ୟ ଯୋଗୁ ଜନସାଧାରଣ ମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏ ବିଷୟ ରେ କନିଷ୍ଟ ଯନ୍ତ୍ରୀ କୁ ଯୋଗାଯୋଗ କରି ବାରୁ ଯୋଗାଯୋଗ ସମ୍ଭବ ନଥିଲା । ଠିକାଦାର ଙ୍କର ମନ୍ତ୍ରୀସ୍ତରୀୟ ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିବା ଯୋଗୁଁ ବିଭାଗୀୟ ଅଧିକାରୀ ମାନଙ୍କର କଥାକୁ କର୍ଣପାତ କରୁନଥିବା ଜଣାଯାଇଅଛି । ମୁରବି ବିହୀନ ଗଣିଆ ବ୍ଲକ ରେ ଦୁର୍ନୀତି ର ଚେର ଏତେ ଲମ୍ବି ଯାଇଛି ଯେ ତାହାକୁ ପଦା କୁ ଆଣିବା ସମ୍ଭବ ନୁହେ । ଯନ୍ତ୍ରୀ ଓ ଠିକାଦାର ଙ୍କର ମଧୁ ଚନ୍ଦ୍ରିକା ଯୋଗୁଁ ଲୋକ ମାନେ ଅନେକ ପ୍ରକାର ଅସୁବିଧାର ସଂମୁଖୀନ ହେଉଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଦାବି ହେଉଅଛି । ଯଦି ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଏହି ରାସ୍ତା ସୁଚାରୁ ରୂପେ ନିର୍ମାଣ ନ କରନ୍ତି ତେବେ ଗଣିଆ ଅଂଚଳ ରେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ସାଧାରଣ ଲୋକେ ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031