ନିମ୍ନମାନ ଛତୁଆ ପ୍ରସଙ୍ଗ: ୧୨୫ ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର, ୭/୧୨ : ଆଜି ପୁଣି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗ ଉଠିଛି । ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ ଛତୁଆ ଦେଉଥିବା ନଜରକୁ ଆସିଥିଲା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୬୩ ଜଣ ଏସଡ଼ିପିଓ ଓ ସୁପରଭାଇଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ମହିଳା ଓ ଶିଶୁ ବିକାଶ ବିଭାଗ ।
ଭୁବନେଶ୍ଵରରେ ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀରେ ନମୁନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି । ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡ଼ା ଉତ୍ତର ରଖିଛନ୍ତି ।
ଗତ ମୌସୁମୀ ଅଧିବେଶନରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନ ମାନର ଛତୁଆ ଦିଆଯାଉଛି ବୋଲି ପ୍ରସଙ୍ଗ ଉଠିଥିଲା । ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆ ଗାଈ ବି ଖାଉ ନାହାଁନ୍ତି ବୋଲି କହି ତାସ୍ଚଲ୍ୟ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତି ସୁରମା ପାଢ଼ୀ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।