Indus Valley Times

ନିରିକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହର ପରିଚାଳନା କମିଟି ବୈଠକ

 Breaking News

ନିରିକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହର ପରିଚାଳନା କମିଟି ବୈଠକ

December 24
21:55 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୧୨:ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଅନ୍ତର୍ଗତ ବୃନ୍ଦାବନ ଗ୍ରାମରେ ଅବସ୍ଥିତ ନିରିକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହ ର ପ୍ରଥମ ପରିଚାଲନା କମିଟି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷରେ ଅନୁଷ୍ଠିତ ହୋଇଥିଲା ।
ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଶିଶୁ ଯତ୍ନଅନୁଷ୍ଥାନରେ ଆଇନ ସହିତ ଦ୍ୱନ୍ଦ ରେ ଥିବା ଶିଶୁ ମାନେ ସୁରକ୍ଷିତ ରହିବା ସଂଗେ ସଂଗେ ଶିକ୍ଷା ଓ ଧନ୍ଦା ମୁଲକ ଶିକ୍ଷା ପାଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ମିଶ୍ର ଗୃହ କାର‌୍ୟ୍ୟର ଅଗ୍ରଗତି ଉପରେ ସମିକ୍ଷା କରିଥିଲେ ଏବଂ ଅନୁଷ୍ଥାନର ସମସ୍ତ କାର୍ଯ୍ୟ ଯଥା ଶିଘ୍ର ସାରିବାକୁ ବିଭାଗିୟ ଅଧିକାରିକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ରବିନ୍ଦ୍ର କୁମାର ରାଉତ,ପ୍ରକଲ୍ପ ନିର୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ ଅଶ୍ୱିନ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାୟକ,ଓ ଏ.ଡି.ଏମ.ଓ ଡଃ କିଶୋର ଚନ୍ଦ୍ର ପଟନାୟକ, ହରଭଙ୍ଗା ତହସିଲଦାର ଶମ୍ଭୁଭଷଣ ମିଶ୍ର, ପି.କେ ଦାଶ ଓ କମିଟିରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ର ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପରିଚାଲନା କରିଥିଲେ ଓ ଲିଗାଲ କମ୍ ପ୍ରୋବସନ ଅଧିକାରୀ ସମରେସନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
ଗାଁ ରେ ପ୍ରଶାସନ , ଉତ୍ତମ ଶାସନ ସପ୍ତାହ ପାଳନ
ବୌଦ୍ଧ,୨୪/୧୨: ଉତ୍ତମ ଶାସନ ସପ୍ତାହ ଉପଲକ୍ଷେ ବୌଦ୍ଧ ତହସିଲ ପକ୍ଷରୁ ଦ୍ୱିତିୟ ପର୍ଯ୍ୟାଳୟରେ ବ୍ରହ୍ମଣିପାଲି ଉଚ୍ଚ ବିଦ୍ୟାଳୟର ୩୪ ଜଣ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ତହସିଲଦାର ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ବୌଦ୍ଧ ପ୍ରଦିପ କୁମାର ଅମାତ,ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଅତରିକ୍ତ ତହସିଲଦାର ମନୋରଂଜନ ସୁନା, ବ୍ରାହ୍ମଣୀପାଲି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦେଇଥିଲେ ।
ସେହିପରି କୁଥଲିମୁଣ୍ଡାଠାରେ ୮୯ ଜଣ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହିତ ସ୍ଥାନୀ ୟ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଉଭୟ ଶାସକ ଓ ପ୍ରଶାସକ ଉପସ୍ଥିତ ରହି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇଥିବାରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ ।
ସ୍ୱତନ୍ତ୍ର କୋଭିଡ ସହାୟତା ପାଇବେ ୧୧୧ ଜଣ ଖବରକାଗଜ ବିତରକ
ବୌଦ୍ଧ,୨୪/୧୨:ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ରାଜ୍ୟର ପଂଜିକୃତ ସମସ୍ତ ଖବରକାଗଜ ବିତରକଙ୍କ ନିମନ୍ତେ ସ୍ୱତନ୍ତ୍ର କୋଭିଡ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଗତ ୨୩ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓଶ୍ୱାନ ହଲଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ୩୦ ଜଣ ଖବରକାଗଜ ବିତରକଙ୍କୁ ନେଇ ଆଭାସି ମାଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାସ୍ତରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନଙ୍କ ସମେତ ବୌଦ୍ଧ ଜିଲ୍ଲାର କାର୍ଯ୍ୟରତ ୩୦ ଜଣ ଖବରକାଗଜ ବିତରକ ଯୋଗଦାନ କରିଥିଲେ । ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୧ ଜଣ ଖବରକାଗଜ ବିତରକ ପଂଜିକୃତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସୂଚନା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ଡି.ଇ.ଜି.ଏମ ସମୀର କୁମାର ନାଏକ,ନେଟୱାର୍କ ଇଂ.ଓଶ୍ୱାନ ଶ୍ରୀକାନ୍ତ ପୃଷ୍ଟି,କର୍ମଚାରୀ ମଣ୍ଟୁ ପାଣ୍ଡେ,ଯୁଧିଷ୍ଠିର ପ୍ରଧାନୀ ଓ ଅକ୍ଷୟ ମହାକୁଡ ସହଯୋଗ କରିଥିଲେ ।
କଣ୍ଟାମାଳ ଓ ହରଭଙ୍ଗାରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ବୌଦ୍ଧ,୨୪/୧୨: ରାଜ୍ୟ ସରକାରଙ୍କ ଦ୍ୱାରା ୨୨ ଟି ଜିଲ୍ଲାରେ ୫୫ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ଘୋଷଣା କରିଥିବାବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ଗତ ୨୩ ତାରିଖ ଦିନ ଆଭାସି ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓଶ୍ୱାନ ହଲଠାରେ ବିଧାୟକ ପ୍ରଦିପ କୁମାର ଅମାତ,ବିଧାୟକ କଣ୍ଟାମାଳ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ କୁମାର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ,ଜୁନିୟର ମୋଟରଯାନ ରିରୀକ୍ଷକ ପ୍ରମୋଦ କୁମାର ସିଂହ,ବରିଷ୍ଠ ସହାୟକ ସୁରେନ ଚନ୍ଦ୍ର ମେହେର,କନେଷ୍ଠବଳ ପ୍ରକାଶ ବିଶ୍ୱାଳ,ସୁରକ୍ଷା କର୍ମୀ ବିଘ୍ନରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031