Indus Valley Times

ନିର୍ବାଚନ ରେ ଜିତିଲେ ଏକମାସ ମଧ୍ୟରେ ବଲାଙ୍ଗୀରକୁ ଅପରାଧ ମୁକ୍ତ କରାଯିବ – ବିଜେଡି

 Breaking News

ନିର୍ବାଚନ ରେ ଜିତିଲେ ଏକମାସ ମଧ୍ୟରେ ବଲାଙ୍ଗୀରକୁ ଅପରାଧ ମୁକ୍ତ କରାଯିବ – ବିଜେଡି

ନିର୍ବାଚନ ରେ ଜିତିଲେ ଏକମାସ ମଧ୍ୟରେ ବଲାଙ୍ଗୀରକୁ ଅପରାଧ ମୁକ୍ତ କରାଯିବ – ବିଜେଡି
June 23
19:08 2024

ରାଜ କିଶୋର ପର୍ଡିଆଙ୍କ ରିପୋର୍ଟ
ବଲାଙ୍ଗୀର, ୨୩/୬: ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିର୍ବାଚନ ପୂର୍ବରୁ ଏକ ସଂକଳ୍ପ ପତ୍ର ବଣ୍ଟନ କରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି।ସଂକଳ୍ପ ପତ୍ରରେ ଅନେକ ସମସ୍ୟାର ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇ ଯାଇଛନ୍ତି।
ବର୍ତ୍ତମାନ ସମୟ ଆସି ଯାଇଛି।ସଂକଳ୍ପ ପତ୍ରରେ ଲେଖାଯାଇଥିବା ଅନେକ ସମସ୍ୟା ମଧ୍ୟରେ ସେ କେଉଁ କେଉଁ ସମସ୍ୟା ଉପରେ ସର୍ବପ୍ରଥମେ ଗୁରୁତ୍ଵ ଦେବେ ଏବଂ ଦେଇଥିବା ପ୍ରତିଶ୍ରୁତି ସମ୍ପାଦନ କରିବେ।ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିର୍ବାଚନ ଜିତିବା ପରେ ବଲାଙ୍ଗୀର କୁ ଏକ ମାସ ମଧ୍ୟରେ ଅପରାଧ ମୁକ୍ତ କରିବେ ବୋଲି ଦୃଢ଼ୋକ୍ତି ର ସହ ସମସ୍ତ ସଭା ସମିତି ରେ ଖୁଲମ୍ ଖୁଲ୍ଲା କହିଥିଲେ।
ତେବେ ବଲାଙ୍ଗୀର ସତରେ କଣ ଅପରାଧ ମୁକ୍ତ ହେବ ତ?ଦ୍ବିତୀୟତଃ ବିଧାୟକ କଳିକେଶ ଏବଂ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ପୂର୍ବରୁ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ବସି ନିର୍ବାଚନରେ ଜିତିଲେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସହ କଲ୍ୟାଣ ମଣ୍ଡପ କୁ ଲୋକନାଥ ମନ୍ଦିର ସହ ମିଶାଇବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ତେବେ ସମୟ ସୁଯୋଗ ଦେଖି ସଂକଳ୍ପ ଗୁଡ଼ିକୁ ପୂରଣ କଲେ ଲୋକଙ୍କ ର ବିଶ୍ୱାସ ଜିଣି ପାରିବେ ବୋଲି ଚର୍ଚ୍ଚା ହୁଏ।
ଆଉ ମଧ୍ୟ ଚର୍ଚ୍ଚା ହୁଏ ବିଧାୟକ ସତରେ କଣ ସଂକଳ୍ପ ରକ୍ଷା କରିବେ ନା ଏହା ଏକ ନିର୍ବାଚନୀ ଧୁଆଁବାଣ।ତେବେ ଦେଖାଯାଉ ବିଧାୟକ କଳିକେଶ ନାରାୟଣ ସିଂହଦେଓ କଥା ଦେଇ କଥା ରଖୁଛନ୍ତି ନା ଓହରି ଯାଉଛନ୍ତି ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930