Legatus

ନିଶା ମାଫିଆଙ୍କ ଦୌରାତ୍ମ୍ୟ, ପୋଲିସ ଏସ୍ଆଇଙ୍କୁ ଆକ୍ରମଣ

 Breaking News

ନିଶା ମାଫିଆଙ୍କ ଦୌରାତ୍ମ୍ୟ, ପୋଲିସ ଏସ୍ଆଇଙ୍କୁ ଆକ୍ରମଣ

August 19
10:38 2023

ବାଲିଅନ୍ତା,୧୯/୮: ନିଶା ମାଫିଆଙ୍କ ଘରେ ଚଢ଼ଉ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଧଉଳି ଥାନା ଏସଆଇ ସନ୍ତୋଷ ବଳ। ଏଥିରେ ତାଙ୍କର ମୁଣ୍ଡ ଫାଟିଯାଇଥିବା ବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ତେବେ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଧଉଳି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଗାଁରେ ନିୟମିତ ନିଶା କାରବାର ହେଉଥିବାର ସୂଚନା ପାଇ ବିଳମ୍ବିତ ରାତିରେ ଧଉଳି ଥାନା ଏସଆଇ ସନ୍ତୋଷ ବଳଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଚଢ଼ଉ କରିଥିଲା। ସେହି ସମୟରେ କେତେକ ନିଶା ମାଫିଆ ଏସଆଇ ସନ୍ତୋଷ ବଳଙ୍କ ଉପରେ ଆକ୍ରମଣ କରିଥିଲେ।
ଏଥିରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ବି ସେ ଚିକିତ୍ସାଧୀନ ଥିବା ଜଣାଯାଇଛି।
ତେବେ ଆକ୍ରମଣ ସମୟରେ ୪ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ଧଉଳି ଥାନା ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930