Indus Valley Times

ନିଶା ମୁକ୍ତ ସମାଜ ଗଠନ ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ

 Breaking News

ନିଶା ମୁକ୍ତ ସମାଜ ଗଠନ ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ

ନିଶା ମୁକ୍ତ ସମାଜ ଗଠନ ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ
May 31
18:51 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୫ : ଶନିବାର ଦିନ ଦିବା ଘ.୧୨.୦୫ ମିନିଟ ସମୟରେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ନିଶା ମୁକ୍ତ ସମାଜ ଗଠନ ପାଇଁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ବୈଠକ ରେ ଯୋଡି ହୋଇଥିଲେ ।
ଉକ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନିଶା ନିବାରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ବିଭିନ୍ନ ମାଦକ ଦ୍ରବ୍ୟର ବେଆଇନ ବିକ୍ରୀ, ଡ୍ରଗ୍ସ କାରବାର ଆଦି ଉପରେ ଚଢାଉ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଚୋରା ମଦ, ଗଂଜେଇ କାରବାର କୁ ରୋକିବା ପାଇଁ ୪ ଗୋଟି ପର୍ଯ୍ୟାୟରେ ସଚେତନତା କରିବା,ମାଦକ ଦ୍ରବ୍ୟ, ଡ୍ରକ୍ସ ବିରୋଧ ରେ ସଚେତନତା, ନିଶାମୁକ୍ତ ଓଡିଶା ଗଠନ, ନିଶା ବିରୋଧୀ ସଚେତନ ଆଣିବା, ନିଶା କବଳରୁ ଯୁବ ପିଢ଼ି ଙ୍କୁ ବଞ୍ଚାଇବା, ପାଲା, ଦାସକାଠିଆ ମାଧ୍ୟମରେ ସଚେତନତା, ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନଲାଇନ ଏବଂ ଅଫଲାଇନ ବିଭିନ୍ନ ପ୍ରତିଯୋଗିତା, ବୃକ୍ଷ ରୋପଣ, ମାରାଥନ,ସଚେତନତା ରଥ, ଲିଫଲେଟ୍ସ, ପାମ୍ପଲେଟ ବଣ୍ଟନ, ମିଶନଶକ୍ତି,ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ ପଂଚାୟତ, ପଂଚାୟତ ସମିତି ର ସଦସ୍ୟ, ସଦସ୍ୟା ଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ, ରେଡ଼ିଓ, ଟିଭି ମାଧ୍ୟମ ରେ ସଚେତନତା ପାଇଁ ମତବ୍ୟକ୍ତ କରିଥିଲେ ।
ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଜ଼ିଲ୍ଲା ଅବକାରୀ କାର୍ଯ୍ୟାଳୟ ର ଅଧିକାରୀ, କର୍ମଚାରୀ,ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଉପସ୍ଥିତ ଥିଲେ ।
ଅବକାରୀ ଅଧୀକ୍ଷକ ଶାନ୍ତି ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930