Indus Valley Times

ନୀରବି ଗଲା ‘କଟାକ୍ଷ’ର ଶାଣିତ ସ୍ୱର : କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

 Breaking News

ନୀରବି ଗଲା ‘କଟାକ୍ଷ’ର ଶାଣିତ ସ୍ୱର : କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ନୀରବି ଗଲା ‘କଟାକ୍ଷ’ର ଶାଣିତ ସ୍ୱର : କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ
November 08
08:27 2021

ଭୁବନେଶ୍ୱର, ୮/୧୧ : ନୀରବି ଗଲା ‘କଟାକ୍ଷ’ର ଶାଣିତ ସ୍ବର। ‘ସମ୍ବାଦ’ରେ ଦୈନିକ ପ୍ରକାଶିତ ହେଉଥିବା ଲୋକପ୍ରିୟ ପକେଟ କାର୍ଟୁନ୍ ‘କଟାକ୍ଷ’ରେ ଶାଣିତ ଶବ୍ଦ ଓ ଭିନ୍ନ ଶୈଳୀର ରେଖାଚିତ୍ରର ସ୍ରଷ୍ଟା କିଶୋର ରଥ ଆଉ ନାହାନ୍ତି।
ସୋମବାର ସକାଳେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା।
ଏହାପରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା।
୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବେେ ପରିଚିତ ଥିଲେ। ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା।
ଚିତ୍ର ଓ ଶବ୍ଦ ସଂଯୋଜନାରେ ସମନ୍ବିତ ଦକ୍ଷତା ତାଙ୍କୁ କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ରକବିତା ଜରିଆରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହୋଇଥିଲା। ତାଙ୍କ ରଚିତ ବହୁ ବ୍ୟଙ୍ଗକବିତା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି।
ସେ ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ‘ସମ୍ବାଦ’ରେ କାର୍ଯ୍ୟରତ ଥିଲେ। ତାଙ୍କର ପକେଟ କାର୍ଟୁନ୍ ’କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା।
ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାର ସ୍ବର ହୋଇପାରିଥିଲେ କିଶୋର ରଥ । ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ।
କେତେବେଳେ ମହାଲିଙ୍ଗ ମମିତା ମେହର ମୃତ୍ୟୁ ଘଟଣା ତ ପୁଣି କେତେବେଳେ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଏଭଳି ବିଭିନ୍ନ ଘଟଣାବଳି ‘କଟାକ୍ଷ’ରେ ନିୟମିତ ପ୍ରତିଫଳିତ ହେଉଥିଲା। ନିଆରା କାର୍ଟୁନ ମାଧ୍ୟମରେ ସୃଜନଶୀଳତାର ପରିଚୟ ଦେଇଥିଲେ ସେ ।
ତାଙ୍କ ପରଲୋକରେ ‘ସମ୍ବାଦ’ ପରିବାରରେ ଶୋକର ଛାୟା ଖେଳିଯାଇଛି। ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031