Indus Valley Times

ନୀଳଗିରି: ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ

 Breaking News

ନୀଳଗିରି: ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ

February 22
10:52 2022

ନୀଳଗିରି,୨୨/୨ : ମଙ୍ଗଳବାର ସମଗ୍ର ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥ୍ ଆଗରେ ଲାଗିଲାଣି ଭୋଟରଙ୍କ ଧାଡ଼ି। ହେଲେ ମତଦାନ ଚାଲିଥିବା ବେଳେ ନୀଳଗିରି ବ୍ଲକ ୧୧ ଜୋନରେ ଘଟି ଅଘଟଣ ।
ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଯାଇଥିବା ଜଣେ ବୃଦ୍ଧା ବୁଥ୍ ଆଗରେ ହିଁ ଟଳି ପଡ଼ିଲେ। ମୃତା ବୃଦ୍ଧାଜଣକ ହେଲେ ବରହମପୁର ଗାଁ ର ୬୫ ବର୍ଷୀୟ ସତ୍ୟଭାମା ବାରିକ ।
ସତ୍ୟଭାମା ଆଜି ସକାଳେ ଭୋଟ ଦେବା ନିମନ୍ତେ ନିଜ ଘର ପାଖ ବୁଥ୍କୁ ଯାଇଥିଲେ। ଏଥିନିମନ୍ତେ ସେ ଲାଇନ୍ରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଟଳି ପଡ଼ିଲେ।
ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବରହମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031