Indus Valley Times

ପୂର୍ବତନ ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ଷଡ଼ଙ୍ଗୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

 Breaking News

ପୂର୍ବତନ ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ଷଡ଼ଙ୍ଗୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

October 06
16:37 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୬/୧୦ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ଷଡ଼ଙ୍ଗୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ରେ ଅବସରପ୍ରାପ୍ତ ଶିକ୍ଷକ ପତିତ ପାବନ ସାହୁ,ମୂରଲୀଧର ନାୟକ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁଳମଣି ନାୟକ,ସାମ୍ବାଦିକ ସିବଦତ୍ ପାତ୍ର,ହୃଦ ୟା ନନ୍ଦ ସାସମଲ୍,ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିଶିର କୁମାର ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଏବଂ ପୁରାତନ ଛାତ୍ର ଉପସ୍ଥିତ ରହି ପୂର୍ବତନ ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ଷଡ଼ଙ୍ଗୀ କିପରି ଦାୟିତ୍ବବାନ,କର୍ତ୍ତବ୍ୟ ନିଷ୍ଠ ,ଛାତ୍ର ବତ୍ସଳ ଶିକ୍ଷକ ଥିଲେ ତାହା ସ୍ମୃତି ଚାରଣ କରିବା ସହିତ ସେ ଜଣେ ମେ ଳାପି ପରୋପକାରୀ ଏବଂ ସମାଜ ସେବୀ ବ୍ୟକ୍ତି ଥିଲେ ବୋଲି କହିଥିଲେ।ତତ୍ ସହିତ ତାଙ୍କ ଅମର ଆତ୍ମା ର ସଦ୍ ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଦୁଇ ଦିନ ତଳେ ପୂର୍ବତନ ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ଷଡ଼ଙ୍ଗୀ ଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିବା ବେଳେ ଗତକାଲି ଅପରାହ୍ନ ରେ ତାଙ୍କର ବିୟୋଗ ଘଟିଥିଲା।ତାଙ୍କ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031