Indus Valley Times

ନୂଆଗାଁ : ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଦୁଇ ଜଣଙ୍କୁ ଗିରଫ କଲା ପୁଲିସ

 Breaking News

ନୂଆଗାଁ : ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଦୁଇ ଜଣଙ୍କୁ ଗିରଫ କଲା ପୁଲିସ

ନୂଆଗାଁ : ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଦୁଇ ଜଣଙ୍କୁ ଗିରଫ କଲା ପୁଲିସ
July 17
17:07 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୭/୭: ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ନୂଆଗାଁ ଥାନା ଅଂଚଳର ମାଳି ସର ଠାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ପୁଲିସ ବାଇକ୍ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଫୁଲବାଣୀ ଜିଲ୍ଲା ରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଉଥିଲା।ଫୁଲବାଣୀ ଜିଲ୍ଲା ବାଲିଗୁଡ଼ା ମାଣି କୁଟି ଗ୍ରାମର ପ୍ରଦୀପ ସାହୁ ଓ ଭୀମ ବେହେରା ନାମକ ଦୁଇ ଜଣ ଯୁବକ ଏକ ହିରୋହୋଣ୍ଡା ଡିଲ୍ କ୍ସ ଗାଡ଼ି ନଂ( ଓଡ଼ି ୧୨ ଏ ୧୧୪୪) ରେ ଖୋର୍ଦ୍ଧା ନେଇ ଯାଉଥିଲା ବେଳେ ମହିପୂର ଫାଣ୍ଡି ନିକଟବର୍ତ୍ତୀ ମାଳିସର ଠାରେ ଫାଣ୍ଡି ଅଧିକାରୀ ରମେଶ କୁମାର ଦେବତା ଓ ଷ୍ଟାଫ ମିଶି କୋଭିଡ୍ ୧୯ ପାଇଁ ଚେକିଂ କରିବା ସମୟରେ ବ୍ୟାଗରେ ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରୁ ଦୁଇ ପ୍ୟାକେଟ ଗଞ୍ଜେଇ ,ବାଇକ୍ ଓ ଦୁଇ ଜଣ ଯୁବକ କୁ ନୂଆଗାଁ ଥାନା କୁ ଆଣିଥିଲେ ।ଜବତ କରିଥିବା ଦୁଇଟି ପ୍ୟାକେଟ ଗଞ୍ଜେଇ ଯାହାର ଓଜନ ୮ କେଜି ୧୦୦ ଗ୍ରାମ ବୋଲି ଜଣାପଡିଥିଲା।ଏ ନେଇ ନୂଆଗାଁ ଥାନା ପକ୍ଷରୁ ୫୪/ ୨୦ ରେ ମାମଲା ରୁଜୁ କରିବା ସହ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031