Indus Valley Times

ନୂଆଗାଁ : ସଂପଡ଼ା ଉଚ୍ଚ ବିଦ୍ୟାଳୟ ରେ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ

 Breaking News

ନୂଆଗାଁ : ସଂପଡ଼ା ଉଚ୍ଚ ବିଦ୍ୟାଳୟ ରେ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ

August 06
22:13 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୬ା୮ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସଂପଡ଼ା ଉଚ୍ଚ ବିଦ୍ୟାଳୟ ରେ ମାଇଛେଳି ଓ ପା ରା ଢିପି ପଞ୍ଚାୟତ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉକ୍ତ ଶିବିର କୁ ଉଦ୍ଘାଟନ କରିଥିଲେ। କରୋନା ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମ କେତେ ଗୁରୁତ୍ବ ପୂର୍ଣ୍ଣ ସେ ସମ୍ପର୍କରେ  ବିଧାୟକ ଶ୍ରୀ ବେହେରା ବର୍ଣ୍ଣନା କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ବିଜେଡ଼ି ସଭାପତି ସନାତନ ସାମଲ,ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ତ୍ରିନାଥ ନାୟକ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ  ସଞ୍ଜୀବ କୁମାର ସାହୁ,ଦାଶରଥି ପ୍ରଧାନ, ସୁଶାନ୍ତ କୁମାର ନାୟକ,ବିଭୂତି ଭୂଷଣ ପ୍ରଧାନ,ଯୁଗଳ କିଶୋର ସାହୁ, ନାଏବ ସରପଞ୍ଚ ଭଗବାନ ସାହୁ,ବରିଷ୍ଠ କର୍ମୀ ଦୁର୍ଯ୍ୟୋଧନ ରାଉତ ପ୍ରମୁଖ ଉପସ୍ଥିତ ବୁଦ୍ଧିଜୀବୀ।

ଏହି ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଦୁଇ ପଞ୍ଚାୟତ ର  ବରିଷ୍ଠ  ବିଜେଡ଼ି କର୍ମୀ ,ଯୁବ ସଂଗଠକ ଉପସ୍ଥିତ ରହି ସୁଚାରୁରୂପେ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031