Indus Valley Times

ନୂଆଗାଁ: ସାଧାରଣ ବୈଠକରେ ଭୁଲ ମାଗିଲେ ପାନୀୟଜଳ ବିଭାଗ ଯନ୍ତ୍ରୀ

 Breaking News

ନୂଆଗାଁ: ସାଧାରଣ ବୈଠକରେ ଭୁଲ ମାଗିଲେ ପାନୀୟଜଳ ବିଭାଗ ଯନ୍ତ୍ରୀ

May 12
17:47 2022

ନୂଆଗାଁରୁ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ,୧୨/୫: ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ବୁଧବାର ଦିନ ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସଭାପତିତ୍ବରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଙ୍କ ସମେତ ୧୬ ଓ ୧୭ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା,ବ୍ଲକ ଅଧ୍ୟକ୍ଷା ପର୍ଶୁରାମ ସ୍ୱାଇଁ ,କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ,ବ୍ଲକ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଳକର ୨୨ ଟୀ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଅନୁଷ୍ଠିତ ନୂଆଗାଁପଞ୍ଚାୟତ ସମିତିର ଏହି ପ୍ରଥମ ସାଧାରଣ ବୈଠକରେ ଯୋଗଦେଇଥିଲେ।
ସମସ୍ତ ନବନିର୍ବାଚିତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଓ ଅତିଥିଙ୍କୁ ବ୍ଲକ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରାଯାଇଥିଲା। ଆଜିର ଏହି ପ୍ରଥମ ବୈଠକ ରେ ମୁଖ୍ୟଅତିଥି ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କ ଅଭିଭାଷଣରେ ମାଧ୍ୟମରେ ବିଭିନ୍ନ ପ୍ରସ୍ତାବ ସବୁ ଉତଥାପନ କରିଥିଲେ।କିଭଳି ଭାବରେ ନୂଆଗାଁ ବ୍ଲକର ସମସ୍ତ ବିଭାଗ ତରଫରୁ ସାଧାରଣ ଜନତା ଙ୍କ ପାଖରେ ସମସ୍ତ ସରକାରୀ ଯୋଜନାର ସୁବିଧା ପହଁଚିବ ସେ ବିଷୟରେ ଆଲୋଚନା କରିଥିଲେ।ନୂଆଗାଁ ବ୍ଲକ ପରିସରରେ ସମିତି ସଭ୍ୟ ସଭ୍ୟାଙ୍କ ପାଇଁ ଏକ ସ୍ଥାୟୀ କାର‌୍ୟ୍ୟାଳୟ ନିର୍ମାଣ,ନିର୍ବାଚିତ ଜନପ୍ରତିନିଧି ମାନେ ନିଜ ପଞ୍ଚାୟତର ଗୋଟିଏ ଗୋଟିଏ ସ୍କୁଲ୍ କୁ ପୋଷ୍ୟ ଭାବେ ଗ୍ରହଣ କରିବା,ପଞ୍ଚାୟତରେ ଥିବା ବିଦ୍ୟାଳୟକୁ ଗ୍ରସ୍ତ କରି ସୁବିଧା ଅସୁବିଧା ତଦାରଖ କରିବା,ଯାତାୟାତ ସମସ୍ୟା ଦୂରୀକରଣ ପାଇଁ ପ୍ରଶାସନକୁ ଜଣାଇ ଏହାର ସମାଧାନ କରିବା ,ଏବଂ ଜନହିତକର ଯୋଜନାର ସମସ୍ତ କାର୍ଯ୍ୟ ବ୍ଲକ ପ୍ରଶାସନ,ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଙ୍କ ମିଳିତ ସହଯୋଗରେ କରାଯିବା ପାଇଁ ବିଧାୟକ ଶ୍ରୀ ବେହେରା ଗୁରୁତ୍ବ ଦେଇଥିଲେ।
ସୀଙ୍ଗାରପଲ୍ଲୁ ସରପଞ୍ଚ ଗାୟତ୍ରୀ ବେହେରା ନିଜ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ,ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଉଛାହିତ କରିବା ସହିତ, ଅଭାବ ଅସୁବିଧା ବୁଝିବା ଓ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି।ଶିକ୍ଷାର ବିକାଶ ପାଇଁ ସୀଙ୍ଗାରପଲ୍ଲି ସରପଞ୍ଚଙ୍କ ଏହି ପଦକ୍ଷେପକୁ ବିଧାୟକ ଶ୍ରୀ ବେହେରା ସଭାରେ ସ୍ଵାଗତ କରିଥିଲେ।
ସମିତି ବୈଠକ ରେ ସମସ୍ତ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ହୋଇଥିଲା ଓ ଏହାର ଶୀଘ୍ର ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଢେ଼ଙ୍କେଣା ପଞ୍ଚାୟତରେ ପାଇପଯୋଗେ ପାନୀୟଜଳ ଯୋଗାଣ ସମସ୍ୟା କୁ ନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଓ ସରପଞ୍ଚ ଯୁଗଳ କିଶୋର ସାହୁ ଙ୍କ ମଧ୍ୟରେ ସାମାନ୍ୟ୍ ବଚସା ହୋଇଥିଲା, ବିଧାୟକଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା ଓ ଏଥି ନେଇ ଯନ୍ତ୍ରୀ ସଭାରେ ଭୁଲ ସ୍ବୀକାର କରିଥିଲେ।
ଅସପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ କାର୍ଯ୍ୟ ଶୀଘ୍ର ଶେଷ କରାଯିବା, ଖାଲିପଡ଼ିଥିବା ଅଙ୍ଗନୱାଡ଼ି କର୍ମୀ ପଦବୀ ପୂରଣ ସହିତ ବ୍ଲକରେ ଛତୁଆ ପ୍ରସ୍ତୁତି ଓ ଯୋଗାଣ ପାଇଁ ଟେଣ୍ଡର କରାଯିବା ନେଇ ଆଲୋଚନା ହୋଇଥିଲା । ଆଜିର ଏହି ପ୍ରଥମ ବୈଠକରେ ବ୍ଲକର ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,କୃଷି,ଉଦ୍ୟାନ କୃଷି,ମହିଳା ଓ ଶିଶୁ ବିକାଶ, ଏବଂ ଗମନା ଗମନ ବ୍ୟବସ୍ଥା ଉପରେ ଗୁରୁତ୍ବ ପ୍ରଦାନ ସହିତ ଏହାର ସାମାଧାନ ନିମନ୍ତେ ବିଶଦ ଆଲୋଚନା କରାଯାଇଥିଲା।ନବ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ପ୍ରତ୍ୟେକ ବିଭାଗ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରି ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031