Indus Valley Times

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

 Breaking News

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

November 08
20:05 2025

ନୂଆପଡ଼ା,୮/୧୧ : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟଁନ୍ତ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍ ଶୋ’ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି ଆପଣମାନେ ଖୁସି ତ କହିଲେ। ଆଦିବାସୀଙ୍କ ଦୁଃଖ ବୁଝିବ କିଏ? ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି।
ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଏମ୍‌ପି ମାଳବିକା ଦେବୀ ସାମିଲ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31