Legatus

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

 Breaking News

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

May 19
20:12 2024

ନୂଆଦିଲ୍ଲୀ, ୧୯/୫: ଭାରତର ଦଣ୍ଡବିଧାନ ସଂହିତାରେ ସଂଶୋଧନ ଆଣିବା ପାଇଁ ୩ଟି ନୂଆ ଆଇନ ପ୍ରଣୟନକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଶୁଣାଣି ସୋମବାର ସୁପ୍ରିମ୍ କୋର୍ଟରେ ହେବ। ସୁପ୍ରିମ୍କୋର୍ଟର ବରଚାରପତି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ପଙ୍କଜ ମିଥାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରନ୍ତି।
ଗତବର୍ଷ ଡିସେମ୍ବର ୨୧ ତାରିଖରେ ଲୋକସଭାରେ ତିନିଟି ପ୍ରମୁଖ ବିଲ୍ ପାରିତ ହୋଇଥିଲା- ଭାରତୀୟ ନ୍ୟାୟ (ଦ୍ଵିତୀୟ) ସଂହିତା, ଭାରତୀୟ ନାଗରିକ ସୁରକ୍ଷା (ଦ୍ଵିତୀୟ) ସଂହିତା ଏବଂ ଭାରତୀୟ ସାକ୍ଷୀ (ଦ୍ଵିତୀୟ) ବିଲ୍।
ଗତ ଡିସେମ୍ବର ୨୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍ଗୁଡ଼ିକୁ ଅନୁମୋଦନ ଦେଇଥିଲେ।
ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ଆଇନ ଯଥାକ୍ରମେ ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜର କୋଡ୍ ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଏହି ନୂତନ ଆଇନ ପ୍ରଣୟନ କରାଯିବ।
ଏହି ତିନିଟି ନୂଆ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ଦାବି କରି ଆଇନଜୀବୀ ବିଶାଲ ତିୱାରୀ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ ଅଧିକାଂଶ ବିରୋଧୀ ସଦସ୍ୟ ସଂସଦରୁ ନିଲମ୍ବିତ ହୋଇଥିବାରୁ ଏହାକୁ କୌଣସି ସଂସଦୀୟ ବିତର୍କ ବିନା ପ୍ରଣୟନ କରାଯାଇଛି।
୩ଟି ନୂତନ ଅପରାଧିକ ଆଇନର ଫଳପ୍ରଦତା ଆକଳନ କରିବା ପାଇଁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଅଦାଲତଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930