Indus Valley Times

ନୂଆ ବର୍ଷରେ ପ୍ରେମିକାକୁ ଭେଟିବାକୁ ଯିବା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ‘ମିସ୍ ୟୁ ଅଲ୍’ ବୋଲି ପୋଷ୍ଟ କରିଥିଲେ ପ୍ରେମିକ

 Breaking News

ନୂଆ ବର୍ଷରେ ପ୍ରେମିକାକୁ ଭେଟିବାକୁ ଯିବା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ‘ମିସ୍ ୟୁ ଅଲ୍’ ବୋଲି ପୋଷ୍ଟ କରିଥିଲେ ପ୍ରେମିକ

ନୂଆ ବର୍ଷରେ ପ୍ରେମିକାକୁ ଭେଟିବାକୁ ଯିବା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ‘ମିସ୍ ୟୁ ଅଲ୍’ ବୋଲି ପୋଷ୍ଟ କରିଥିଲେ ପ୍ରେମିକ
January 02
17:45 2023

ବଲାଙ୍ଗିର,୨/୧:ନୂଆ ବର୍ଷରେ ପ୍ରେମିକାକୁ ଭେଟିବାକୁ ଯିବା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ‘ମିସ୍ ୟୁ ଅଲ୍’ ବୋଲି ପୋଷ୍ଟ କରିଥିଲେ ପ୍ରେମିକ । ତେଣୁ ପ୍ରେମିକଜଣକ ଜୀବନ ହାରିବା ନିମନ୍ତେ ମନସ୍ଥ କରି ଘରୁ ଗୋଡ଼ କାଢ଼ିଥିଲେ ନା ପ୍ରେମିକା ସହ ଫେରାର ହେବାକୁ ଯୋଜନା କରି ଯାଇଥିଲେ ତାହାକୁ ନେଇ ଦେଖାଦେଇଛି ସସ୍ପେନ୍ସ ।
ବଲାଙ୍ଗିର ଜିଲ୍ଲା ସଦରଥାନା ଦୁଆନପାଲି ଗାଁରେ ଗତକାଲି ଘଟିଥିବା ଏପରି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକା ପ୍ରେମିକା ଘର ସମ୍ମୁଖରେ ଛଟପଟ ହୋଇ ନୂଆ ବର୍ଷରେ ପ୍ରେମିକ ଜୀବନ ହାରିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ମୃତକ ଜଣକ ହେଲେ ଦେଓଗାଁ ଥାନା କୁମପଥର ଗାଁର ଗାନ୍ଧି ଷାଣ୍ଡ ।
ଗାନ୍ଧି ଷାଣ୍ଡଙ୍କ ମୃତ୍ୟୁକୁ ୨ ଦିନ ପୂରି ଥିବା ବେଳେ ତାଙ୍କ ମୃତଦେହ ଦୁଆନପାଲି ଗାଁର ଜଣେ ନାବାଳିକାଙ୍କ ଘର ସମ୍ମୁଖର ଗାଁ ଦାଣ୍ଡରେ ପଡ଼ି ରହିଛି। ମୃତଦେହ ପଡ଼ିଥିବା ସ୍ଥାନରୁ ଶହେ ମିଟର ଦୂରତାରେ ଛୁରୀ ପଡ଼ିଥିବା ବେଳେ ଜଙ୍ଗଲରୁ ମିଳିଛି ଚପଲ । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।
ଗାନ୍ଧି ଷାଣ୍ଡଙ୍କ ପରିବାର ଲୋକେ ଆଜି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।
ଝିଅ ଘର ଲୋକେ ପୁଅକୁ ମାରିବା ପରେ ତା’ ପେଟରେ ଛୁରୀ ଭୁସି ଦେଇଥିବା ମୃତ ଯୁବକଙ୍କ ପରିବାର ଲୋକେ କହୁଥିବା ବେଳେ ଏହାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ଯୁବତୀଙ୍କ ପରିବାର ସଦସ୍ୟ । ତେବେ ମୃତ୍ୟୁ କିପରି ହେଲା ଓ ଏହା ପଛର କାରଣ କ’ଣ ତାହା ଉପରୁ ପରଦା ହଟାଇବାକୁ ତଦନ୍ତ ଆରମ୍ଭ କରିଛି ସଦର ଥାନା ପୁଲିସ୍।
ଉଭୟଙ୍କ ମଧ୍ୟରେ ଫେସ୍ବୁକ୍ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଯୁବକଜଣକ ଏକ କଲେଜରେ ଯୁବକ ୩ପ୍ରଥମ ବର୍ଷ ପଢ଼ୁଥିବା ବେଳେ ଯୁବତୀଜଣକ ଅନ୍ୟ ଏକ କଲେଜରେ ଯୁକ୍ତ ୨ ରେ ପଢ଼ୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କରେ ସେମାନଙ୍କ ପରିବାର ଲୋକେ ଅବଗତ ନ ଥିଲେ। ହେଲେ ଗତ ସେପ୍ଟେମ୍ବରରେ ନୂଆଖାଇ ପଡ଼ିଥିବା ବେଳେ ଉଭୟ ପ୍ରେମୀ ଯୁଗଳ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଉଭୟଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରୁ ସୁସ୍ଥ ହୋଇ ଉଭୟ ନିଜ ନିଜ ଘରକୁ ଫେରିଥିଲେ।
ଏହି ଘଟଣା ପରେ ପୁଅ ଘର ଲୋକେ ଉଭୟଙ୍କ ବିବାହ କରାଇ ଦେବାକୁ ରାଜି ଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକେ ଏହାକୁ ଘୋର ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମିଳାମିଶା ବନ୍ଦ ହୋଇ ଯାଇଥିବା ବେଳେ ଗତକାଲି ନୂଆ ବର୍ଷରେ ଯୁବକଜଣକ ନିଜ ପ୍ରେମିକା ପାଖକୁ ଆସିଥିଲେ । ତେବେ ସନ୍ଧ୍ୟାରେ ପ୍ରେମିକର ଘର ସମ୍ମୁଖରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଯୁବକଜଣକ ନିଜ ପ୍ରେମିକାକୁ ସାକ୍ଷାତ କରିବାକୁ ଆସିଥିଲେ ନା ଉଭୟ ଫେରାର ହେବାକୁ ଯୋଜନା କରିଥିଲେ ତାହାକୁ ନେଇ ଦେଖାଦେଇଛି ସନ୍ଦେହ। କାରଣ ଯୁବକଜଣ ସାଙ୍ଗରେ ଏକ ଚାର୍ଜର ଓ ନିଜର ଏକ ଡ୍ରେସ ବି ଆଣିଥିଲେ ଯାହାକୁ କି ଜବତ କରିଛି ପୁଲିସ୍ । ଉଭୟ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାପରେ ସେମାନେ ତାଙ୍କୁ ହତ୍ୟା କରି ପେଟରେ ଛୁରୀ ଭୁସି ଦେଇଥିବା ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ।
ଯୁବକଜଣକ ନିଜେ ଆତ୍ମହତ୍ୟା କରିଥିଲେ ଛୁରୀ ତାଙ୍କ ମୃତଦେହ ନିକଟରୁ କିପରି ଦୂରରେ ପଡ଼ିଥିଲା ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଯୁବକଜଣକ ଆତ୍ମହତ୍ୟା କରିବା ପରେ ଡରି ଯାଇ ଛୁରୀକୁ ଦୂରରେ ଫୋପାଡ଼ି ଦେଇଥିବା ଯୁବତୀଙ୍କ ପରିବାର ଲୋକେ କହିଛନ୍ତି । ମୃତଦେହ ନିକଟରେ ଏକ କଫ ସିରଫ ବୋତଲ ପଡ଼ିଥିବାରୁ ହତ୍ୟା ପରେ ଏହାକୁ ମୃତଦେହ ନିକଟରେ ଫୋପାଡ଼ି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।
ଅପରପକ୍ଷେ, ଏହି ଘଟଣାକୁ ନେଇ ଦୁଆନପାଲି ଗାଁର ୱାର୍ଡ ମେମ୍ବରଙ୍କ କଥା ଘଟଣାକୁ ଅଧିକ ରହସ୍ୟ ଘେରକୁ ଠେଲି ଦେଉଛି। ଗାଁ ଦାଣ୍ଡରେ ଜଣେ ଯୁବକ ଗତକାଲି ଛଟପଟ ହେଉଥିବା ବେଳେ ତା’ ପେଟରେ ଛୁରୀ ଭୁସି ହୋଇଥିବା ୱାର୍ଡ ମେମ୍ବର କହିଥିଲେ। ଏପରିକି ଯୁବକଟିକୁ ମେଡିକାଲ ନେବାକୁ ଅନ୍ୟମାନଙ୍କୁ ନେହୁରା ହେବା ସତ୍ତ୍ୱେ କେହି ରାଜି ହେଲେନି । ତେଣୁ ଛଟପଟ ହୋଇ ଯୁବକଙ୍କ ଜୀବନ ଯାଇଥିବା ସେ କହିଛନ୍ତି। ତେଣୁ ଯୁବକଙ୍କ ପେଟରେ ସେ ନିଜେ ଛୁରୀ ଭୁସିଲେ ନା ଆଉ କିଏ ଭୁସିଲା ତାହା ଉପରୁ ପରଦା ହଟିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031