Indus Valley Times

ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ କାର୍ଯ୍ୟରେ ଯୋଗଦାନ

 Breaking News

ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ କାର୍ଯ୍ୟରେ ଯୋଗଦାନ

ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ କାର୍ଯ୍ୟରେ ଯୋଗଦାନ
August 12
18:44 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୧୨/୮:- ଆଜି ପୂର୍ବାହ୍ନ ୧୧ଟା ରେ ବୌଦ୍ଧର ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କାର୍ଯ୍ୟରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବାପରେ ଶ୍ରୀ ପଣ୍ଡା ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲାପରିଷଦ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
କାର୍ଯ୍ୟଭାର ଗ୍ରହଣ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ନୂତନ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ଏହା ପୂର୍ବରୁ ଗ୍ରାମୀଣ ବିକାଶ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।
ଅପରାହ୍ନରେ ନୂତନ ଜିଲ୍ଲାପାଳ ସ୍ୱାଧୀନତା ଦିବସର ସମୀକ୍ଷା କରିବାସହିତ ହର୍ ଘର୍ ତ୍ରିରଙ୍ଗା କାର‌୍ୟ୍ୟକ୍ରମ କିପରି ପରିଚାଳନା କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ସମସ୍ତ ଅଧିକାରୀମାନେ ଏହି ହର୍ ଘର୍ ତ୍ରିରଙ୍ଗା କାର‌୍ୟ୍ୟକ୍ରମକୁ ସଫଳ କରାଇବାକୁ ଆହ୍ୱାନ ଦେଇଥିଲେ । ଏହାପରେ ଶ୍ରୀ ପଣ୍ଡା ଜିଲ୍ଲା ଷ୍ଟାଡିୟମ, ମହାନଦୀ ଆଳତୀଘାଟ ସହିତ ବୌଦ୍ଧର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30