Indus Valley Times

ନୃଶଂସ ନର୍ସ: କହିଲେ- ମୁଁ ସୈତାନ, ନେଇଛି ୭ ଶିଶୁଙ୍କ ଜୀବନ

 Breaking News

ନୃଶଂସ ନର୍ସ: କହିଲେ- ମୁଁ ସୈତାନ, ନେଇଛି ୭ ଶିଶୁଙ୍କ ଜୀବନ

ନୃଶଂସ ନର୍ସ: କହିଲେ- ମୁଁ ସୈତାନ, ନେଇଛି ୭ ଶିଶୁଙ୍କ ଜୀବନ
August 19
11:34 2023

ଲଣ୍ଡନ୍,୧୯/୮: ୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର୍ ‘ଚେଷ୍ଟର୍ ହସ୍ପିଟାଲ୍’ର ଜଣେ ନର୍ସ ଜଣେ ଭାରତୀୟ ବଂଶୋଦ୍ଭବ ଶିଶୁରୋଗ ବିଶେଷଜ୍ଞଙ୍କଦ୍ବାରା ଧରାପଡ଼ି ଶୁକ୍ରବାର ଦିନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସେ ହସ୍ପିଟାଲ୍ରେ କାର‌୍ୟ୍ୟରତ ଡାକ୍ତର ରବି ଜୟରାମ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହକର୍ମୀ ନର୍ସ ଲୁସି ଲେଟ୍ବାଏଙ୍କ ଅପକର୍ମ ସଂକ୍ରାନ୍ତରେ ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇ ଥିଲେ କିଛି ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରିଥାଆନ୍ତା। ୩ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହେବା ପରେ ମୁଁ ହିଁ ପ୍ରଥମେ ଏଥିରେ ନର୍ସଙ୍କ ସମ୍ପୃକ୍ତି ଥିବା କଥା ଉଠାଇଥିଲି।
କିନ୍ତୁ, ‘ନ୍ୟାସ୍ନାଲ୍ ହେଲ୍ଥ୍ ସର୍ଭିସ’ ୨୦୧୭ରେ ଯାଇ ଡାକ୍ତରମାନଙ୍କ କଥାକୁ ବିଶ୍ବାସ କରି ସେମାନଙ୍କୁ ପୁଲିସରେ ଅଭିଯୋଗ କରିବାକୁ ଅନୁମତି ଦେଲା।
ଶୁକ୍ରବାର ଦିନ ମାଞ୍ଚେଷ୍ଟର୍ କ୍ରାଉନ୍ କୋର୍ଟ ୩୩ ବର୍ଷୀୟ ଲୁସି ଲେଟ୍ବାଏ ଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଦିନ ଏହି ଅଦାଲତ ତାଙ୍କୁ ଦଣ୍ଡାଦେଶ ଦେବେ।
ଜନ୍ମବେଳୁ ଅସୁସ୍ଥ କିଂବା ଅପରିପକ୍ବ ଅବସ୍ଥାରେ ଜନ୍ମ ଗ୍ରହଣ କରିଥିବା ଶିଶୁମାନଙ୍କୁ ସିରିଞ୍ଜ୍ରେ ପବନ ଭର୍ତ୍ତି କରି ଫୋଡ଼ିବା, ମାତ୍ରାଧିକ ଦୁଗ୍ଧପାନ କରାଇବା ଓ ଇନ୍ସୁଲିନ୍ ଦେଇ ସେମାନଙ୍କ ଶରୀରରେ ବିଷକ୍ରିୟା କରିବା ଅଭିଯୋଗରେ ଗତ ଅକ୍ଟୋବର ମାସରୁ ନର୍ସ ଲୁସି ଲେଟ୍ବାଏଙ୍କର ବିଚାର ଚାଲିଥିଲା।
ଉକ୍ତ ହସ୍ପିଟାଲ୍ର ପ୍ରସବୋତ୍ତର ୟୁନିଟ୍ରେ ୨୦୧୫ ଜୁନ୍ରୁ ୨୦୧୬ ଜୁନ୍ ମଧ୍ୟରେ କ୍ରମାଗତ ନବଜାତ ଶିଶୁ ମୃତ୍ୟୁ ଘଟିବାରୁ ନର୍ସ ଲୁସି ଲେଟ୍ବାଏଙ୍କୁ ଗିରଫ କରାଯାଇଥିଲା। କିନ୍ତୁ, ଏଥିରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି ଲୁସି ଅଗ୍ରାହ୍ୟ କରିଥିଲେ।
କିନ୍ତୁ, ପ୍ରମାଣ ଭାବେ ଲୁସିଙ୍କ ମନୋଭାବ ଦର୍ଶାଉଥିବା ଅନେକ ହାତ ଲେଖା ନୋଟ୍ (ଚିଟାଉ) ଅଦାଲତରେ ଦାଖଲ କରାଯାଇଥିଲା। ସେଥିରୁ ଗୋଟିକରେ ଉଲ୍ଲେଖ ଅଛି: ମୁଁ ତାଙ୍କର ଦେଖାରଖା କରିବା ପାଇଁ ଯୋଗ୍ୟା ହୋଇ ନ ଥିବାରୁ ଜାଣିଶୁଣି ସେମାନଙ୍କୁ ହତ୍ୟା କରିଛି। ମୁଁ ଦୁଷ୍ଟା, ତେଣୁ ସେମାନଙ୍କୁ ହତ୍ୟା କଲି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930