Indus Valley Times

ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ, ବୁଲି ଦେଖିଲେ ସଂଗ୍ରହାଳୟ

 Breaking News

ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ, ବୁଲି ଦେଖିଲେ ସଂଗ୍ରହାଳୟ

ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ, ବୁଲି ଦେଖିଲେ ସଂଗ୍ରହାଳୟ
January 23
14:21 2023

କଟକ,୨୩/୧: ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ସଂଗ୍ରହାଳୟରେ ପତାକା ଉତ୍ତୋଳନ କରିବା ସହ ସଂଗ୍ରହାଳୟ ପରିସର ବୁଲି ଦେଖିଥିଲେ।
ଉଲ୍ଲେଖଯୋଗ୍ୟ, ନେତାଜୀଙ୍କ ଫରୱାର୍ଡ ବ୍ଲକ୍ର ଗୁପ୍ତ ବୈଠକର ମୂକସାକ୍ଷୀ ହେଉଛି ନେତାଜୀ ସଂଗ୍ରହାଳୟ। ରମାବଲ୍ଲଭ ରୋଡ୍ରେ ଥିବା ଜାନକୀନାଥ ଭବନରେ ନେତାଜୀ ସୁଭାଷ ବୋଷଙ୍କର ଅନେକ ସ୍ମୃତି ଜଡ଼ିତ ରହିଛି। ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡ୍ରେ ଲିଜ୍ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ। ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ମହଲା କୋଠା ନିର୍ମାଣ କରିଥିଲେ। ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ଏଠାରେ ଅବସ୍ଥାନ କରୁଥିଲେ।
୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍ ଦିଆଯାଇଥିଲା। ତେଣୁ ନେତାଜୀ ପୁରୀ ଆସୁଥିବା ବେଳେ ଏହି କୋଠାରେ ଫରୱାର୍ଡ ବ୍ଲକ୍ର ଗୁପ୍ତ ବୈଠକ କରାଉଥିବା ସ୍ବାଧୀନତା ସଂଗ୍ରାମୀମାନେ କହିଥିଲେ। ତେଣୁ ଦେଶର ଏହି ଅଦ୍ବିତୀୟ ବୀର ସନ୍ତାନଙ୍କର ଘରକୁ ସ୍ମୃତିପୀଠ ଭାବେ ଘୋଷଣା କରାଯାଇ ସଂଗ୍ରହାଳୟ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031