Indus Valley Times

ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ, ଗୀତ ଓ ଅଭିନୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ

 Breaking News

ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ, ଗୀତ ଓ ଅଭିନୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ

December 30
19:35 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୧୨ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ଗୀତ ଓ ଅଭିନୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳର ପ୍ରାୟ ୧୨୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।
ମୁଖ୍ୟତଃ ଏଥିରେ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ଏହି ପ୍ରତିଯୋଗୀତାରେ ଭାଗ ନେବାପାଇଁ ଆମନ୍ତ୍ରଣ କରା ଯାଇଥିଲା ।
ଏହି ପ୍ରତିଯୋଗୀତା ପାରଳାଖେମୁଣ୍ଡି ସହରର ଉତ୍କଳ ହିତୈଷିଣୀ ସଭା ଗୃହରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଯୋଗୀତାରେ ମୁଖ୍ୟତଃ ଗ୍ରୁପ ଡ୍ୟାନ୍ସ, ସୋଲ ଡ୍ୟାନ୍ସ, ସୋଲ ସଙ୍ଗ, ଏକକ ଅଭିନୟ ଆଦି ଇଭେଣ୍ଟ ରହିଥିଲା ।
ବିଚାରକ ଭାବେ ଗୁରୁ ଗଣେଶ କୁମାର ମହାରଣା ଓ ଗୁରୁ କୌଳାସ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରତିଯୋଗୀତା ସମାପନ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା ।
ସୋଲ ସଙ୍ଗରେ ରାୟଗଡର ଦେବରାଜ ମାଳୀ ପ୍ରଥମ , ଜୀବା ଗ୍ରାମର ମନାଲିଶା ଶବର ଦ୍ୱିତୀୟ ଓ ପାରଳାଖେମୁଣ୍ଡି ସହରର ସୁମି ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ ।
ସେହିପରି ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟ କ୍ରମରେ ମଦନା ପାଶୁପୁରେଡ୍ଡି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟରେ ପାରଳାଖେମୁଣ୍ଡି ସହରର ଏକାମ୍ବର ପ୍ରଧାନ ଏବଂ ତୃତୀୟରେ ଡି.ମନ୍ମଧ ରାଓ କୃତୀତ୍ୱ ହାସଲ କରିଛନ୍ତି ।
ୱାନ ଆକ୍ଟ ପ୍ଲେରେ ପାରଳାଖେମୁଣ୍ଡି ସହରର କ୍ରିଏଟିଭ୍ ଆର୍ଟସ ‘କ୍ୟାଚ ଦା ରେନ୍’ ବିଷୟବସ୍ତୁ ଉପରେ ଅଭିନୟ କରି ୱିନର ହୋଇଥିବା ବେଳେ ଗୁମ୍ମା ବ୍ଲକର ପ୍ରମିଳା ଗ୍ରୁପ ରନର୍ ଭାବେ ପୁରସ୍କୃତ ହୋଇଛନ୍ତି ।
ମଲ୍ଟି ଟାଲାଣ୍ଟରେ ରାୟଗଡର ଦେବରାଜ ଓ ଭିନ୍ନକ୍ଷମ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଶୀନଗରର କେ.ଶିବାଜୀ ପୁରସ୍କୃତ ହୋଇଥିବାର ଜଣାପଡିଛି ।
ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ବିଚାରକ କୌଳାସ ଚନ୍ଦ୍ର ପଟ୍ଟନାୟକ, ଗଣେଶ କୁମାର ମହାରଣା ପ୍ରମୁଖ ଯୋଗଦେଇ ମାନପତ୍ର ସହ ଫଳକ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ମହାପାତ୍ର ପରିଚାଳନା କରିଥିବା ବେଳେ ଆକାଉଣ୍ଟାଣ୍ଟ ଉମେଶ ପ୍ରସାଦ, ପ୍ରଶିକ୍ଷିକା ମୋହିନୀ ପ୍ରଧାନ ଏବଂ ଯୁବକେ ନ୍ଦ୍ରର ସମସ୍ତ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031