Indus Valley Times

ନୋ ସ୍ପିଡ୍ ଡ୍ରାଇଭିଂ : ଘଣ୍ଟା ପ୍ରତି ୪୦ କିମି ବେଗରେ ଚଲାଇବେ ବାଇକ୍

 Breaking News

ନୋ ସ୍ପିଡ୍ ଡ୍ରାଇଭିଂ : ଘଣ୍ଟା ପ୍ରତି ୪୦ କିମି ବେଗରେ ଚଲାଇବେ ବାଇକ୍

November 21
09:38 2021

ଭୁବନେଶ୍ୱର,୨୧/୧୧: ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲାକୁ ହ୍ରାସ ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ ଆଜି ବିଭିନ୍ନ ପ୍ରକାରର ଯାନବାହନ ନିମନ୍ତେ ସ୍ପିଡ୍ ଲିମିଟ୍ ନିର୍ଦ୍ଧାରଣ କରିଛନ୍ତି। ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ରାଜପଥରେ ଘରୋଇ କାରର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୦୦କିମି ରହିପାରିବ।
ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଡ୍ରାଇଭରଙ୍କୁ ମିଶାଇ ୮ଟି ସିଟରୁ କମ୍ ଯାତ୍ରୀବାହୀ ଯାନ (ଘରୋଇ ଗାଡ଼ି ) ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ରହିଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ୧୦୦କିମି ବେଗରେ ଚାଲିପାରିବ।
ସେହିପରି ମ୍ୟୁନିସପାଲଟି ଓ ଏନଏଏସି ଦେଇ ଗତି କରୁଥିବା ଜାତୀୟ ରାଜପଥରେ ଗାଡ଼ିର ବେଗ ସର୍ବାଧିକ ଘଣ୍ଟାପ୍ରତି ୫୦କିମି ଓ ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ୬୦କିମି ରହିବ ବୋଲି ପରିବହନ ପ୍ରାଧିକରଣଙ୍କ ଦ୍ୱାରା ସ୍ପିଡ୍ ଲିମିଟ୍ ନିର୍ଦ୍ଧାରିତ ହୋଇଛି।
ସେହିପରି ଯାତ୍ରୀବାହୀ ପରିବହନ(ବ୍ୟବସାୟିକ ) ଯାନ, ଯାହାକି ୮ଟି ସିଟରୁ ଅଧିକ ବିଶିଷ୍ଟ ହୋଇନଥିବ, ସେହି ଗାଡ଼ି ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ଥିବା ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ୮୦କିମି ବେଗରେ ଚାଲିପାରିବ। ମ୍ୟୁନିସପାଲଟି ଓ ଏନଏସି ଅଂଚଳ ଦେଇ ଗତି କରୁଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ସର୍ବାଧିକ ବେଗ ୪୦କିମି ଓ ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ବେଗ ୬୦କିମି ରହିବ।
ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟ ମାଲବାହୀ ଗାଡ଼ି ନିମନ୍ତେ ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କରିଛନ୍ତି। ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ମାଲବାହୀ ଗାଡ଼ିର ସ୍ପିଡ୍ ଘଣ୍ଟାପ୍ରତି ସର୍ବାଧିକ ୬୦କିମି ଏବଂ ମ୍ୟୁନିସପାଲ ଓ ଏନଏସି ଅଂଚଳରେ ସର୍ବାଧିକ ଘଣ୍ଟାପ୍ରତି ୩୦କିମି ରହିବ । ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସ୍ପିଡ୍ ୫୦କିମି ରହିବ।
ସେହିପରି ୪ ଲେନ୍ ଅବା ତା’ଠୁ ଅଧିକ ଲେନରେ ମୋଟର ସାଇକେଲର ସ୍ପିଡ୍ ଘଣ୍ଟାପ୍ରତି ୬୦କିମିରୁ ଅଧିକ ହୋଇପାରିବ ନାହିଁ । ସେହିପରି ମ୍ୟୁନିସପାଲଟି ଓ ଏନଏଏସି ଅଂଚଳ ମଧ୍ୟରେ ଯାଉଥିବା ଜାତୀୟ ଓ ରାଜ୍ୟ ରାଜପଥରେ ମୋଟର ସାଇକେଲର ଗତି ସର୍ବାଧିକ ଘଣ୍ଟାପ୍ରତି ୪୦କିମି ରହିବ। ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ମୋଟର ସାଇକେଲର ଗତି ଘଣ୍ଟାପ୍ରତି ୫୦କିମି ରହିବ।
ଏସବୁ ବ୍ୟତୀତ ୩ ଚକିଆ ଅଟୋ ମଧ୍ୟ ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ଘଣ୍ଟାପ୍ରତି ୪୦କିମି ବେଗରେ ଗତି କରିପାରିବ।
ମ୍ୟୁନସିପାଲଟି ଓ ଏନଏସି ଅଂଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ଘଣ୍ଟାପ୍ରତି ୩୦କିମି ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଏହାର ବେଗତ ଘଣ୍ଟା ପ୍ରତି ୩୦କିମି ରହିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ବିଭିନ୍ନ ସମୟରେ ଗାଡ଼ିର ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କରିଥାନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031