Legatus

ନ୍ୟୁଜିଲାଣ୍ଡରେ ୧୦୦ ବର୍ଷୀୟା ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ଆଶୀର୍ବାଦ, ବିଦେଶରେ ବି ‘ମନ୍ କି ବାତ୍’ ଚର୍ଚ୍ଚା

 Breaking News

ନ୍ୟୁଜିଲାଣ୍ଡରେ ୧୦୦ ବର୍ଷୀୟା ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ଆଶୀର୍ବାଦ, ବିଦେଶରେ ବି ‘ମନ୍ କି ବାତ୍’ ଚର୍ଚ୍ଚା

ନ୍ୟୁଜିଲାଣ୍ଡରେ ୧୦୦ ବର୍ଷୀୟା ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ଆଶୀର୍ବାଦ, ବିଦେଶରେ ବି ‘ମନ୍ କି ବାତ୍’ ଚର୍ଚ୍ଚା
April 30
17:36 2023

ନୂଆଦିଲ୍ଲୀ/ନ୍ୟୁୟର୍କ,୩୦/୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମନ୍ କି ବାତ୍’ର ୧୦୦ ତମ ଏପିସୋଡ୍ ପ୍ରଚାର କରିଛନ୍ତି। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍’ ଶୁଣିବା ପାଇଁ ରାମ୍ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।
ଏହି ବୃଦ୍ଧା ଜଣକ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଅକଲାଣ୍ଡରେ ମୋଦିଙ୍କ ‘ମନ କି ବାତ୍’ ଶୁଣିବା ପାଇଁ ଏକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଭାରତୀୟ ଏବଂ ଅନ୍ୟାନ୍ୟ ଲୋକ ଯୋଗ ଦେଇଥିଲେ। ଏଥିରେ ରାମ୍ବେନ ମଧ୍ୟ ସାମିଲ ହୋଇ ଏହି କାର‌୍ୟ୍ୟକ୍ରମ ଶୁଣିବା ପରେ ମୋଦିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କହିରଖୁଛୁ, ଏହି କାର‌୍ୟ୍ୟକ୍ରମ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା। ୨୨ଟି ଭାରତୀୟ ଭାଷା ଏବଂ ୨୯ଟି ଉପଭାଷା ବ୍ୟତୀତ ‘ମନ୍ କି ବାତ୍’ ୧୧ଟି ବିଦେଶୀ ଭାଷାରେ ଫରାସୀ, ଚାଇନିଜ, ଇଣ୍ଡୋନେସିଆ, ତିବ୍ଦତୀୟ, ବର୍ମା, ବାଲୁଚି, ଆରବୀ, ପାଶ୍ଟୁ, ଫାର୍ସି, ଦାରି ଏବଂ ସ୍ବାହିଲ ସହିତ ପ୍ରସାରିତ ହୋଇଛି। ‘ମନ କି ବାତ୍’ ଅଲ୍ ଇଣ୍ଡିଆ ରେଡିଓର ୫୦୦ ରୁ ଅଧିକ ପ୍ରସାରଣ କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିଲା। ଏଥିସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନ୍ୟୁଜର୍ସିରେ ମୋଦିଙ୍କ ‘ମନ୍ କି ବାତ୍’ ଶୁଣିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31