Indus Valley Times

ନୟାଗଡ଼ରେ ପାଳିତ ହେବ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଓ ଆଜାଦିକା ଅମୃତ ମହୋତ୍ସବ

 Breaking News

ନୟାଗଡ଼ରେ ପାଳିତ ହେବ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଓ ଆଜାଦିକା ଅମୃତ ମହୋତ୍ସବ

ନୟାଗଡ଼ରେ ପାଳିତ ହେବ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଓ ଆଜାଦିକା ଅମୃତ ମହୋତ୍ସବ
August 14
09:02 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୪/୮ : ଯୁବକମାନେ ଆମ ଦେଶର ମେରୁଦଣ୍ଡ, ଯୁବକମାନଙ୍କୁ ଶସକ୍ତ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଦା ସର୍ବଦା ଚେଷ୍ଟିତ। ବର୍ଷ ତମାମ ବିଭିନ୍ନ ଯୁବକ କେନ୍ଦ୍ରିକ କାର୍ଯ୍ୟକ୍ରମ କରି ଯୁବକଙ୍କ ଭିତରେ ଉନ୍ମାଦନା ଭରି ଚାଲିଛି ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ଅଧୀନରେ ଥିବା ନେହେରୁ ଯୁବା କେନ୍ଦ୍ର।
ଏହି କ୍ରମରେ ନୟାଗଡ଼ କେନ୍ଦ୍ର ତରଫରୁ ୠସଗ୍ଧ ଓଦ୍ଭୟସବ ଲକ୍ସରରୟକ୍ଟଜ୍ଞ କ୍ସଙ୍କଦ୍ଭ ଓ ଆଜାଦୀ କା ଅମୃତ ମହୋତ୍ସବ ୧୩ ଅଗଷ୍ଟରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ପାଳିତ ହେବ। ଏହା ନୟାଗଡ଼ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହେବ। ଭାରତ ବର୍ଷର ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏ ବର୍ଷ ଏହି କାର‌୍ୟ୍ୟକ୍ରମ ବେଶ ଧୁମଧାମରେ ପାଳିତ ହେବ।
ନେହେରୁ ଯୁବା କେନ୍ଦ୍ର ସହ ଜଡ଼ିତ ଥିବା ବିଭିନ୍ନ କ୍ଳବ ର ଯୁବକ ଓ ବିଭିନ୍ନ ଗ୍ରାମର ଅଧିବାସୀ ମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ୠସଗ୍ଧ ଓଦ୍ଭୟସବ ଲକ୍ସରରୟକ୍ଟଜ୍ଞ କ୍ସଙ୍କଦ୍ଭ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବୀର ଯବାନଙ୍କ ମହାନ ବଳିଦାନ ପାଇଁ ୭୫ ଟି ଗ୍ରାମରେ ସ୍ମୃତି ଚାରଣ କରାଯିବ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟବାନ ହେବା, ସୁନ୍ଦର ସମାଜ ଓ ସୁନ୍ଦର ଦେଶ ଗଠନ କରିବା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସାମିଲ ହେବେ। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଯୁବା ଅଧିକାରୀ ଅନୁରାଗ କୁମାର ପରିଚାଳନା କରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031