Indus Valley Times

ନୟାଗଡ଼ର ଦୁଇ ବିଜେଡି ପ୍ରାର୍ଥୀନୀ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି

 Breaking News

ନୟାଗଡ଼ର ଦୁଇ ବିଜେଡି ପ୍ରାର୍ଥୀନୀ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି

ନୟାଗଡ଼ର ଦୁଇ ବିଜେଡି ପ୍ରାର୍ଥୀନୀ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି
January 26
10:56 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ : ଶେଷ ହୋଇଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ତାରିଖ। ନୟାଗଡ଼ ସଦର ବ୍ଲକ କ୍ରିଦାଶପୁର ପଞ୍ଚାୟତ ର ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀନୀ ବାସନ୍ତୀ ଦେବୀ ଏବଂ ସରପଞ୍ଚ ପ୍ରାର୍ଥୀନୀ ଶଞ୍ଜୁବାଳା ବିଶ୍ବାଳ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି।

ପ୍ରକାଶ ଥାଉକି କ୍ରିଦାଶପୁର ପଞ୍ଚାୟତ ରେ ସମିତି ସଭ୍ୟ ପଦବୀ ପାଇଁ ଦୁଇ ଜଣ ଏବଂ ସରପଞ୍ଚ ପଦବୀ ପାଇଁ ଛଅ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ସଫଳ ଗୋଟି ଚାଳନା ରେ ସମସ୍ତ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ। ବିଜେଡି ସମର୍ଥିତ ଦୁଇ ପ୍ରାର୍ଥୀ ବିଜୟ ଲାଭ ପରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଡ. ସାହୁ ବିଜୟୀ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031