Indus Valley Times

ନୟାଗଡ଼ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

 Breaking News

ନୟାଗଡ଼ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

January 21
18:33 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୨୧/୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଶୁକ୍ରବାର ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକର ଜୋନ ନମ୍ବର ୧୨ ଜିଲ୍କା ପରିଷଦ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକ,୧୩ ନମ୍ବର ଜୋନରୁ ପିସିସି ସମ୍ପାଦକ ହୋସେନ ଖାଁ, ୧୪ ନମ୍ବର ଜୋନ ପ୍ରାର୍ଥୀ ଆଇନଜୀବି ଆଦିତ୍ୟ ପ୍ରସାଦ ପରିଡା, ଜୋନ ନମ୍ବର ୧୫ ନମ୍ବର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସାନ୍ତ,ଗଣିଆ ବ୍ଲକ ୮ ନମ୍ବର ଜୋନ ପ୍ରାର୍ଥୀ ଇଂ ଚିନ୍ମୟୀ ମହାଳିକ ଏବଂ ଦଶପଲ୍ଲା ବ୍ଲକ ୧୧ ନମ୍ବର ଜୋନ ପ୍ରାର୍ଥୀ ଅର୍ଜୁନ ପ୍ରଧାନ ପ୍ରମୁଖ ଆଜି ସେମାନଙ୍କର ପ୍ରସ୍ତାବକ ସମର୍ଥକଙ୍କ ଗହଣରେ ନିଜନିଜର ନାମାଙ୍କନ ପତ୍ର ଉପ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ଦାଖଲ କରିଛନ୍ତି।
ରଣପୁର ବ୍ଲକ ୨୩ ନମ୍ବର ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିରୁପମା କରଙ୍କୁ କଂଗ୍ରେସ ଟିକେଟ ଦିଆଯିବା ପରେ ସେ ଦଳୀୟ ପ୍ରାର୍ଥୀର ମାନ୍ୟତା ପାଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଜିଲ୍ଲାର ମୋଟ ୨୪ ଗୋଟି ଆସନ ପାଇଁ କଂଗ୍ରେସ ସବୁବର୍ଗର ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031