Indus Valley Times

ନୟାଗଡ଼ କଂଗ୍ରେସ ଯାଇପାରେ ଉଚ୍ଚ ନ୍ୟାୟାଳୟ

 Breaking News

ନୟାଗଡ଼ କଂଗ୍ରେସ ଯାଇପାରେ ଉଚ୍ଚ ନ୍ୟାୟାଳୟ

ନୟାଗଡ଼ କଂଗ୍ରେସ ଯାଇପାରେ ଉଚ୍ଚ ନ୍ୟାୟାଳୟ
November 08
21:28 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୮/୧୧: ନୟାଗଡ ମୁନିସିପାଲିଟିରେ ବେଆଇନ ଭାବେ ପାଞ୍ଚ ରୁ ସାତ ଗୁଣା ବର୍ଦ୍ଧିତ ହୋଲଡିଂ ଟାକ୍ସ ପ୍ରତ୍ୟାହାର ପାଇଁ ନୟାଗଡ ସହରବାସୀଙ୍କ ଦାବୀ ସତ୍ୱେ ପୌରପାଳିକା ପ୍ରଶାସନ ତଥା ଜିଲ୍ଲପାଳ ଡ଼ ପୋମା ଟୁଡୁଙ୍କ ନୀରବତା ପ୍ରତିବାଦରେ ଏହି ଜନବିରୋଧୀ ହୋଲଡିଂ ଟାକ୍ସ ଉଛେଦ ମର୍ମରେ ରାଜ୍ୟ ଗୃହ, ନଗର ଉନ୍ନୟନ ଶାସନ ସଚିବ, ପୌର ନିର୍ଦ୍ଧେଶକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କ୍ଷ
ଜନବିରୋଧୀ ହୋଲଡିଂ ଟାକ୍ସ ପୌର ଆଇନ ଅନୁସାରେ ଆକଳନ କରାନଯାଇ ସହରବାସୀଙ୍କ ଠାରୁ ଜବରଦସ୍ତ ବାର୍ଷିକ ୨ କୋଟି ଟାକ୍ସ ବାବଦ ଆଦାୟ କରିବା ପାଇଁ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ ଜାଣତରେ ରୀତିମତ ଷଡଯନ୍ତ୍ର ହୋଇଥିବା ନୟାଗଡ କଂଗ୍ରେସ ପକ୍ଷରୁ ବିଭାଗୀୟ କମିଶନରଙ୍କୁ ଲିଖିତ ଅବଗତ କରାଯାଇଛି କ୍ଷ
କରୋନା ମାଡ଼ ବହୁ ଲୋକଙ୍କ ରୋଜଗାର ଛଡାଇ ନେଇ ଯାଇଥିବା ଅବସ୍ଥାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଲୋକଙ୍କ ଜୀବନଜୀବିକା ଦୁର୍ବିସହ ହୋଇଯିବା ବେଳେ ପୌର ପ୍ରଶାସିକା ଆମ ଉପରେ ଜିଜିଆ କର ଲଦିବା ବନ୍ଦ କରନ୍ତୁ ନଚେତ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031