Indus Valley Times

ନୟାଗଡ଼ ଜିଲ୍ଲର ୮ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ

 Breaking News

ନୟାଗଡ଼ ଜିଲ୍ଲର ୮ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ

ନୟାଗଡ଼ ଜିଲ୍ଲର ୮ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ
November 17
19:48 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ,୧୭/୧୧. ନୟାଗଡ଼ ଜିଲ୍ଲା ,ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଦିନ ଜିଲ୍ଲାର ପ୍ରଥମ ପର‌୍ୟ୍ୟରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡିକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡ଼ୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି .କାର୍ତ୍ତିକେୟନ ପାଣ୍ଡିଆନ୍ ଭିଡିଓ କନ୍ଫରେନ୍ସିଂ ଯୋଗେ ୮ଟି ରୂପାନ୍ତରିତ (ହାଇସ୍କୁଲ)ଉଚ୍ଚ ବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।ଶିକ୍ଷା ବିକାଶ କ୍ଷେତ୍ରରେ ସ୍କୁଲ୍ ରୂପାନ୍ତର ୫ଟି କାର‌୍ୟ୍ୟକ୍ରମର ଶ୍ରେଷ୍ଠ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଏଥିସହିତ ପିଲାମାନେ ସବୁ କ୍ଷେତ୍ରରେ ଆଗୁଆ ହେବା ପାଠ ସହ କ୍ରୀଡ଼ା, ସଂଗୀତ ଆଦି କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ,ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଗାଁ ଓ ସହର ର ବିଦ୍ୟାଳୟ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିବା ପାଇଁ , ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସହର ଓ ଗାଁର ବିଦ୍ୟାଳୟ ମଧ୍ୟରେ ଥିବା ତଫାତ କୁ ଦୂର କରିବା ସହିତ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିବାସହିତ, ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପଢିବା କ୍ଷେତ୍ରରେ ୧୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ସଂପର୍କରେ ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଭର୍ଚୁଆଲ କାର‌୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ,ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏଥିସହିତ ବିଭିନ୍ନ ଲୋକାଭିମୁଖୀ ଯୋଜନା କାର‌୍ୟ୍ୟକାରିତା କରିବାରେ ମୁଖ୍ୟମନ୍ତ୍ରୀ। ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏବଂ ଓଡ଼ିଶାବାସୀଙ୍କ ପ୍ରିୟପାତ୍ର ହୋଇପାରିଥିବା କଥା ଉଲ୍ଲେଖ କରିଥିଲେ । ଏହି କାର‌୍ୟ୍ୟକ୍ରମ ରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର‌୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । କୁରାଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ପ୍ରଥମ ପର‌୍ୟ୍ୟାୟ ରେ ସମସ୍ତ। ୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
କାର‌୍ୟ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ କୁରାଳ ସରପଞ୍ଚ ଝିଲ୍ଲୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର‌୍ୟ୍ୟକ୍ରମକୁ ଦୃଷ୍ଟିରେ ରଖୁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମାଜସେବୀ ଗଣେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031