Indus Valley Times

ନୟାଗଡ଼ ଜିଲ୍ଲାରେ ନିଯୁକ୍ତି ମେଳା

 Breaking News

ନୟାଗଡ଼ ଜିଲ୍ଲାରେ ନିଯୁକ୍ତି ମେଳା

November 04
20:27 2022

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୧୧: ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ ରୁ ୩୫ବର୍ଷରଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଶୁକ୍ରବାର ଦିବା ଘ.୧୧.୩୦ମି. ସମୟରେ ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁଅନୁଷ୍ଠିତ ହୋଇଯାଇଛି ।
ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକମୁଖ୍ୟ ଅତିଥ୍ ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।
ପରେ ପରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତହୋଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଅଧ୍ୟକ୍ଷ ସରକାରୀ ପଲିଟେକନିକ୍ ଓଡ଼ଗାଁ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୁଟୁବନ୍ଧ, ଡି.ପି.ଏମ(ଓ.ଏଲ.ଏମ) ଶ୍ରୀ ସଂଜୟ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତିଅଧିକାରୀ ଶ୍ରୀ ଟଙ୍କଧର ଭୋଇ, ଜିଲ୍ଲା ସଂଯୋଜକ ଦକ୍ଷତା ଶ୍ରୀ ଅବିନାଶ ଜେନା ଉପସ୍ଥିତ ରହିନିଯୁକ୍ତି ମେଳା ଉପରେ ନିଜ ନିଜର ଅଭିମତ ରଖିଥିଲେ ।
ସର୍ବଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିସଭାପତିଙ୍କ ଅନୁମତି କ୍ରମେ ସଭାସାଙ୍ଗ କରିଥିଲେ ।ଏହି ନିଯୁକ୍ତି ମେଳାକୁ ୧୨ଗୋଟି ସଂସ୍ଥା ସିଧା ସଳଖ ନିଯୁକ୍ତି ଦେବା ପାଇଁ ଆସିଥିଲାବେଳେ ୫ଗୋଟି ସଂସ୍ଥା ଟ୍ରେନିଂ ଦେବା ପାଇଁ ଆସିଥିଲେ । ଆଜି ଉପରୋକ୍ତ ୫ଗୋଟି ବ୍ଲକରୁ୬୫୪ ଜଣ ପ୍ରାର୍ଥୀଙ୍କର ନିଯୁକ୍ତି ନିମନ୍ତେ ନାମ ପଂଜୀକରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ।
୪୯୮ପ୍ରାର୍ଥୀ ସିଧାସଳଖ ନିଯୁକ୍ତି ପାଇଁଦରଖାସ୍ତକରିଥିବାବେଳେ ୧୨୫ପ୍ରାର୍ଥୀ ତାଲିମ ପାଇଁଦରଖାସ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031