Indus Valley Times

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟନ

 Breaking News

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟନ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟନ
September 19
18:36 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ,୧୯/୯: ନୟାଗଡ଼ ଜିଲ୍ଲା ଓଡଗାଁ ଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୟଳ ସିଂ ପାହାଡ଼ ପାଦଦେଶରେ ପ୍ରାକୃତିକ ପରିବେଶ ମଧ୍ୟରେ ନିର୍ମିତ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ” ଶନିବାର ଦିନ ଉଦଘାଟନ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସୁପ୍ରିମକୋର୍ଟ ର ବିଚାର ପତି ଶ୍ରୀଯୁକ୍ତ ଭିନିତ୍ ଶରଣ ଯୋଗଦେଇ ଥିଲେ,ଏହି ଉତ୍ସବ ରେ ମାନ୍ୟବର ଓଡ଼ିଶା ହାଇ କୋର୍ଟ ର ମୁଖ୍ୟ ବିଚାରପତି ଡ଼ଃ. ଏସ ମୁରଲୀଧର ଏବଂ ମାନ୍ୟବର ବିଚାରପତି ଗଣ ଏସ. କେ. ମିଶ୍ର, ସି. ଆର. ଦାସ, ବି. ମହାନ୍ତି, ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଡି. ଡି. ଦାସ, ଏସ. ପୂଜାହାରି, ବି. ରଥ, ଏସ. କେ. ସାହୁ, କେ. ଆର. ମହାପାତ୍ର, ବି. ପି. ପୃଷ୍ଟି, ଏସ. କେ. ପାଣିଗ୍ରାହୀ, ଏସ. ରଥୋ ପ୍ରମୁଖ ଓଡ଼ିଶା ହାଇକୋର୍ଟ ର ବିଚାରପତି ଏବଂ ଜିଲ୍ଲାର ସମସ୍ତ ଅଦାଲତ ରୁ ଆସିଥିବା ଆଇନୀଜୀବୀ ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତଥି ମାନ୍ୟବର ଭାରତ ସୁପ୍ରିମକୋର୍ଟର ବିଚାରପତି ଶ୍ରୀଯୁକ୍ତ ଭିନିତ୍ ଶରଣ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ର ଶୁଭ ଉଦଘାଟନ କରିଥିଲେ ।
ଓଡ଼ଗାଁ ରେ ଗ୍ରାମ୍ୟ ନ୍ୟାୟାଳୟ , ଜେ.ଏମ୍. ଏଫ୍.ସି ଜୁନିଅର ଓ ସିନିଅର ଡିଭିଜନ ଓ ସେସନ୍ କୋର୍ଟ କାର‌୍ୟ୍ୟକରୁଛି।ନୂତନ କୋର୍ଟର ଭିତ୍ତି ସ୍ଥାପନା ତା ୧୭/୦୭/୨୦୧୬ ମସିହାରେ ହୋଇଥିଲାବେଳେ ,ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲ୍ ଫେୟାର କର୍ପୋରେସନ ଏଲ୍ଟିଡିର ପ୍ରତ୍ୟେକ୍ଷ ତତ୍ବାବଧାନରେ ନିର୍ମିତ କୋର୍ଟ ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗୀକରଣ ପରେ ଲୋକାର୍ପିତ ହୋଇଅଛି।
ଓଡ଼ଗାଁ ମାଟିର ବରପୁତ୍ର ଗର୍ବ ଗୌରବ ଓଡ଼ିଶା ହାଇକୋର୍ଟ ର ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଙ୍କ ପ୍ରଚେଷ୍ଟା ଓ ସମସ୍ତ ବିଚାରପତି ଙ୍କ ବହୁମୂଲ୍ୟ ଅବଦାନ ଫଳରେ ନୂତନ କୋର୍ଟ ପ୍ରତିଷ୍ଠା ହୋଇଥିବାରୁ ଓଡ଼ଗାଁ ଜନସାଧାରଣ ଓ ବାର ଆସୋସିଏସନ୍ ତରଫରୁ କୃତ୍ୟଜ୍ଞ ତା ଜ୍ଞାପନ କରାଯାଇଥିଲା।
ଉଦଘାଟନୀ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଜିଲ୍ଲାର ପ୍ରସିଦ୍ଧ ଶୈବ୍ୟପିଠ ସରଣକୁଳ ସ୍ତିତ ଲଢୁବାବା ଙ୍କ ପୀଠରେ ଦର୍ଶନ ଓ କ୍ଷୀରା ଭିଷେକ କରି ,ଦ୍ଵିତୀୟ ଶ୍ରୀକ୍ଷେତ୍ର ଓଡ଼ଗାଁ ର ଶ୍ରୀ ରଘୁନାଥ ଜୀଉ ମନ୍ଦିର ଦର୍ଶନ କରିସାରି ନୂତନ ନିର୍ମିତ କୋର୍ଟ କମ୍ପ୍ଲେକ୍ସ ର ଉଦଘାଟନ କରିଥିଲେ।
ନୟାଗଡ଼ ଜିଲ୍ଲା ଆରକ୍ଷୀ ସୁଧାର୍ଥ କଟାରିଆ ଙ୍କ ସହିତ ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରିଣୀ ପ୍ରଜ୍ଞାପରମୀତା ଜେନା ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ର ଅଧିକାରୀ ମାନେ ଉପସ୍ଥିତ ଥିଲେ।କଡା ସୁରକ୍ଷା ବଳୟ ମଧ୍ୟରେ ନୂତନ କୋର୍ଟ କମ୍ପ୍ଲେକ୍ସ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅଞ୍ଚଳ ବାସୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ନିର୍ମିତ ଏହି କୋର୍ଟ କମ୍ପ୍ଲେକ୍ସ ର ଲୋକାର୍ପଣ ଉତ୍ସବରେ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031